ETV Bharat / state

ମୃତ୍ୟୁ ପଞ୍ଝାରୁ ଖସିଲେ ଦମ୍ପତି, ଦେଖନ୍ତୁ ଭିଡିଓ

author img

By

Published : Mar 23, 2022, 4:45 PM IST

ଶୁଖିଲା ଗଛଡାଳ ପଡି ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବଜାର ନିକଟରେ ଘଟିଛି ଏ ଅଘଟଣ ।

ରାସ୍ତାରେ ଖସିଲା ଶୁଖିଲା ଗଛ ଡାଳ: ସ୍ବାମୀ ସ୍ତ୍ରୀ ଗୁରୁତର, ଭିଡ଼ିଓ ହେଲା ଭାଇରଲ

କେନ୍ଦୁଝର: ଶୁଖିଲା ଗଛଡାଳ ପଡି ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବଜାର ନିକଟରେ ଘଟିଛି ଏ ଅଘଟଣ । ସୂଚନା ଅନୁସାରେ, ଝୁମ୍ପୁରା ବଜାର ଥାନା ନିକଟସ୍ଥ ରାସ୍ତାରେ ଲୋକ ଯିବା ଆସିବା କରୁଥିଲେ । ଏହି ସମୟରେ ରାସ୍ତା କଡରେ ଥିବା ଏକ ଆମ୍ବ ଗଛର ଶୁଖିଲା ବଡ଼ ଡାଳଟେ ହଠାତ ଯାତ୍ରୀଙ୍କ ଉପରେ ଖସି ପଡ଼ିଥିଲା । ଫଳରେ ଚାରି ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ବାଇକରେ ଯାଉଥିବା ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି ।

ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଝୁମ୍ପୁରା ମେଡିକାଲକୁ ନେଇଯାଇଥିବା ଜଣାପଡିଛି । ଏହି ଭଳି ଶୁଖିଲା ଗଛ ଗୁଡିକୁ ରାସ୍ତା କଡ଼ରୁ କାଟିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ନିଆଯାଇନଥିଲା । ଏହି ଘଟଣା ପରେ ଖୁବଶୀଘ୍ର ଏଭଳି ଗଛ ଖୋଜି କାଟିବାକୁ ସ୍ଥାନୀୟ ସ୍ୱେଚ୍ଛାସେବୀ ଦାବି କରିଛନ୍ତି । ଡାଳ ବାଟୋଇଙ୍କ ଉପରେ ଖସିବାର ଏ ଭିଡିଓ ସ୍ଥାନୀୟ ଦୋକାନ ସମ୍ମୁଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ଏହା ଭାଇରାଲ ହେବାରେ ଲାଗିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.