ETV Bharat / state

ମାତିଛନ୍ତି ଲୁଟେରା, ଜଙ୍ଗଲରୁ ନେଇଗଲେ ଟ୍ରାପ କ୍ୟାମେରା

author img

By

Published : May 17, 2023, 2:19 PM IST

କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରୁ ଆଉ ୨ଟି ଟ୍ରାପ୍ କ୍ୟାମେରା ଚୋରି ହୋଇଛି । ମହାବଳ ବାଘର ଗତିବିଧିକୁ ଦେଖିବା ପାଇଁ ଲାଗିଥିଲା କ୍ୟାମେରା । ଅଧିକ ପଢନ୍ତୁ

Trap camera stolen from forest
Trap camera stolen from forest
ଜଙ୍ଗଲରୁ ନେଇଗଲେ ଟ୍ରାପ କ୍ୟାମେରା

କେନ୍ଦୁଝର: ମାତିଛନ୍ତି ଚୋର । ଜଙ୍ଗଲେ ଲାଗିଥିବା ଟ୍ରାପ କ୍ୟାମେରାକୁ ମଧ୍ୟ ଛାଡିଲେ ନାହିଁ । ଚୋରି କରି ନେଇଗଲେ ଆଉ 2ଟି ଟ୍ରାପ କ୍ୟାମେରା । କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ଟି ଟ୍ରାପ୍ କ୍ୟାମେରା ଚୋରି ହୋଇଛି । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ମହାବଳ ବାଘର ଗତିବିଧିକୁ ଦେଖିବା ପାଇଁ ଅଟେଇ ଜଙ୍ଗଲ ଭିତରେ ୫୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା । ସେଥିରୁ 2ଟି ଚୋରି ହୋଇଛି ।

ଏହା ମଧ୍ୟ ପଢନ୍ତ...Gangster-terrorist nexus case: ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ NIA ରେଡ୍

ସୂଚନାଅନୁଯାୟୀ ଗତ ଫେବ୍ରୃଆରୀ ମାସରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ତାର ଉପସ୍ଥିତି ଜାହିର କରିଥିଲା । ଏହା ପରେ ବାଘକୁ ଟ୍ରାକ୍ କରିବା ପାଇଁ ବନ ବିଭାଗ ପକ୍ଷରୁ ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୫୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା । କିଛି ମାସ ପୂର୍ବରୁ ପାଟଣା ବନାଞ୍ଚଳ ଅନ୍ତର୍ଗତ ଅଟେଇ ଜଙ୍ଗଲରେ ଲଗାଯାଇଥିବା ୧୦ଟି କ୍ୟାମେରାରୁ ୨ଟି କ୍ୟାମେରା ଚୋରି ହୋଇଥିଲା । ଏନେଇ ଘଟଗାଁ ଥାନାରେ ଅଭିଯୋଗ ହୋଇଥିଲେ ହେଁ ଅଧ୍ୟାବଧି ବନବିଭାଗ କିମ୍ବା ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିଲା । ଏବେ ପୁଣି ଘଟଗାଁ ରେଞ୍ଜ କାଦବାହାଳି ବିଟ ଅଟେଇ ଜଙ୍ଗଲରୁ ୨ଟି କ୍ୟାମେରା ଚୋରି ହୋଇଛି। କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ମହାବଳ ବାଘର ଗତିବିଧିକୁ ଦେଖିବା ପାଇଁ ଅଟେଇ ଜଙ୍ଗଲ ଭିତରେ ଲାଗିଥିବା ୫୫ଟି ଟ୍ରାପ୍ କ୍ୟାମେରା ମଧ୍ୟରେ 2ଟି କ୍ୟାମେରା ଚୋରି ହୋଇଛି ।

ଏହା ମଧ୍ୟ ପଢନ୍ତୁ...ରିଲସ୍ ନେଲା ଜୀବନ: ଚଳନ୍ତା ଟ୍ରେନରୁ ଖସି ଯୁବକ ମୃତ, ୫ ଦିନ ପରେ ଠାବ ହେଲା ମୃତଦେହ

ତେବେ କିଏ ଓ କାହିଁକି ଏଭଳି ଘଟଣା ଘଟାଉଛି ତାହା ଜଣାପଡିନାହିଁ । କୌଣସି ଶିକାରୀ କିମ୍ବା କାଠ ମାଫିଆ କ୍ୟାମେରା ଚୋରି କରୁଥିବା ଆଶଙ୍କା କରାଯାଉଛି । ଏନେଇ କୌଣସି ବନ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ବନବିଭାଗ ନିଜ କ୍ୟାମେରାକୁ ସୁରକ୍ଷା ଦେଇପାରୁନଥିବା ବେଳେ ମହାବଳ ବାଘର ସୁରକ୍ଷା କିପରି କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ଏପରି ଟ୍ରାପ୍‌ କ୍ୟାମେରା ଚୋରି ଅଭିଯୋଗ ହୋଇଛି । ମାତ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଶୂନ ରହିିଛି । ତେବେ ବନ ବିଭାଗ ଏ ଦିଗରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ନଜର ରହିଛି । ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବାକୁ ଏହି କ୍ୟାମେରା ଲାଗିଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.