କେନ୍ଦୁଝର: ଭାରତରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ଦୁର୍ଘଟଣା ଜନିତ ମୃତ୍ୟୁ ସରକାରୀ ସ୍ତରରେ ଚିନ୍ତାର କାରଣ ହୋଇଛି । ଏଥିପାଇଁ ସରକାର ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ୩୧ ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ ହେଉଛି । ସାତଦିନ ବ୍ୟାପି ପାଳିତ ହୋଇଥିବା ଏହି ଦିବସ ଶୁକ୍ରବାର ଉଦଯାପିତ ହୋଇଛି ।
ଏହି ଅବସରରେ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେପାରୁଆ ଗାଡି ଚାଳନାରୁ ବର୍ତ୍ତିବା ପାଇଁ ଆହ୍ବାନ ଦେଇଛନ୍ତି । ଏଥିସହ ଏହି ଅବସରରେ ସଡ଼କ ଜନିତ ଦୁର୍ଘଟଣାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପରିଚାଳନା କରାଯାଇଥିବା ବେଳେ ସହରର ବିଭିନ୍ନ ବର୍ଗର ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ