ETV Bharat / state

ଆନନ୍ଦପୁର ବନଖଣ୍ଡରୁ ବାଘଛାଲ ଜବତ, ଜଣେ ଅଟକ

author img

By

Published : May 21, 2022, 7:47 AM IST

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡ ଅଧିନ ଦୈତାରି ରେଞ୍ଜ ଅଧିନ ବୁଢ଼ୀପଦା ଗାଁରୁ ଗୋଟିଏ ମହାବଳ ବାଘ ଛାଲ ଜବତ କରିଛି ବନ ବିଭାଗ । ଅଧିକ ପଢନ୍ତୁ

ଆନନ୍ଦପୁର ବନଖଣ୍ଡରୁ ବାଘଛାଲ ଜବତ, ଜଣେ ଅଟକ
ଆନନ୍ଦପୁର ବନଖଣ୍ଡରୁ ବାଘଛାଲ ଜବତ, ଜଣେ ଅଟକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡ ଅଧିନ ଦୈତାରି ରେଞ୍ଜ ଅଧିନ ବୁଢ଼ୀପଦା ଗାଁରୁ ଗୋଟିଏ ମହାବଳ ବାଘ ଛାଲ ଜବତ କରିଛି ବନ ବିଭାଗ । ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା କରୁଛି ବନ ବିଭାଗ ପୋଲିସ । ସୂଚନା ଅନୁଯାୟୀ, ଦୈତାରି ଥାନା ବୁଢ଼ୀପଦା ଗାଁର ବୁଟୁ ମହାକୁଡ଼ ଏକ ବାଘ ଛାଲ ଘରେ ରଖିଥିବା ବନବିଭାଗ ଖବର ପାଇଥିଲା ।

ସମ୍ପୃକ୍ତ ବ୍ୟକ୍ତିଙ୍କୁ କିଛି ଦିନ ଧରି ବନବିଭାଗ ଟ୍ରାକ କରୁ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘରେ ଚଢ଼ାଉ କରି ବାଘ ଛାଲ ଜବତ କରିବା ସହିତ ତାଙ୍କୁ ଅଟକ ରଖିଛି । ଚଢ଼ଉ ସମୟରେ ବ୍ୟକ୍ତି ଜଣକ ଖସି ପଳାଉ ଥିବାବେଳେ ହରିଚନ୍ଦନପୁର ଥାନା ସେନାପେଟା ଗାଁରୁ ବନ ବିଭାଗ ତାକୁ ଧରିବାରେ ସକ୍ଷମ ହୋଇଛି ।

ବନ ବିଭାଗ ସମ୍ପୃକ୍ତ ବ୍ୟକ୍ତି ଓ ବାଘ ଛାଲକୁ ଦେଓଗାଁ ରେଞ୍ଜ ଅଫିସ ଆଣି ଥିବାବେଳେ ପୁନର୍ବାର ଶୁକ୍ରବାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରି ବୁଢ଼ୀପଦା ଗାଁକୁ ଯାଇ ତଦନ୍ତ ଚଳାଇଛି । ଅଟକ ରହିଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଆଉ ଦୁଇଜଣ ମାମଲାରେ ସାମିଲ ଅଛନ୍ତି । ଏଥିସହ ତାଙ୍କ ବାପା ବାଘକୁ ବିଷ ଦେଇ ମାରିଦେଇଥିବା ସେ ମାନିଛନ୍ତି । ମାମଲାର ତଦନ୍ତ ପରେ ସଠିକ୍ ଘଟଣା ସାମ୍ନାକୁ ଆସିବ ବୋଲି DFO କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.