କେନ୍ଦୁଝର: ଜୋନ 1 ପରିଧିରେ ରହିଛି କେନ୍ଦୁଝର ଜିଲ୍ଲା । ଏହି ଜୋନ ୧ ଘୋଷଣା ପରେ ସପ୍ତାହକୁ ଦୁଇ ଦିନ ସଟଡାଉନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି । ତେବେ ଆଜି ହେଉଛି ସଟଡାଉନର ତୃତୀୟ ସପ୍ତାହର ରବିବାର । ଏଥିପାଇଁ ଜିଲ୍ଲାର ପ୍ରତି ଛକ , ଗଳି ରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅତ୍ୟାବଶ୍ୟକ ଦୋକାନ, ଗାଡି ଚଳାଚଳ ଛଡା ଅନ୍ୟ ସବୁ ବନ୍ଦ ରହିଛି । ଏହି ସଟଡାଉନକୁ ସହରବାସୀ ମଧ୍ୟ ସ୍ବାଗତ କରିଛନ୍ତି । ସଟଡାଉନ ସବୁ ଦୋକାନ ବଜାର ବନ୍ଦ ଥିବାବେଳେ ରାସ୍ତାଘାଟ ଶୂନ ଶାନ ହୋଇଛି । ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସଟଡାଉନକୁ କଡାକଡି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।
ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୯ ରେ ପହଞ୍ଚିଥିବା ବେଳେ ୨୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି । କୋରୋନା ଆକ୍ରାନ୍ତ ସଂଖ୍ୟା ବଡ଼ବିଲ ସହରରେ ବଢି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ସହରକୁ ଜୁଲାଇ ୨୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ କରାଯାଇଛି । ଜିଲ୍ଲାରେ ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂକୁ ଜୋରସୋର କରା ଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ