ETV Bharat / state

ବନ୍ୟାଜଳଲେ ଭାସିଯାଇ ଯୁବକ ମୃତ - keonjhar news

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର କଣ୍ଠିଆଡି ଗ୍ରାମରେ ବନ୍ୟାଜଳରେ ଭାସିଯାଇ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି ।

ବନ୍ୟାଜଳଲେ ଭାସିଯାଇ ଯୁବକ ମୃତ
ବନ୍ୟାଜଳଲେ ଭାସିଯାଇ ଯୁବକ ମୃତ
author img

By

Published : Aug 27, 2020, 8:06 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର କଣ୍ଠିଆଡି ଗ୍ରାମରେ ବନ୍ୟାଜଳରେ ଭାସିଯାଇ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତ ଯୁବକ ଜଣକ କଣ୍ଠିଆଡି ଗ୍ରାମର ବନମାଳୀ ଦେହୁରୀଙ୍କ ପୁଅ ସନାତନ (୧୮) ବୋଲି ଜଣାପଡିଛି ।

ବନ୍ୟାଜଳଲେ ଭାସିଯାଇ ଯୁବକ ମୃତ

ବୈତରଣୀ ବନ୍ୟାଜଳ ପଞ୍ଚୁଗୋଛିଆ ପଞ୍ଚାୟତକୁ ଚାରିପଟୁ ଘେରି ରହିଥିବାବେଳେ ସନାତନ ନିଜ ଚାଷ ଜମିରୁ ଫେରୁଥିଲେ । ମାତ୍ର ଏହି ସମୟରେ ଗୋଡ ଖସିଯିବାରୁ ବୈତରଣୀର ବନ୍ୟାଜଳ ଭାସି ଯାଇଥିଲେ । ଆନନ୍ଦପୁରରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଘଣ୍ଟାଏ କାଳ ଖୋଜାଖାେଜି କରିବାପରେ ସନାତନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.