ETV Bharat / state

ପୋଲିସ ଚୁକ୍ତିନାମା ଭାଇରାଲ ପ୍ରସଙ୍ଗ, ଅଭିଯୋଗ କଲା ଭାରତୀୟ ଯୁବ ମୋର୍ଚ୍ଚା - police agreement viral issue

ପ୍ରଶାସନର ଭୁଲକୁ ପଦାରେ ପକାଇବା ପାଇଁ ଯୁବକଙ୍କ ଭିଡିଓ ଭାଇରାଲ ପରେ ପୋଲିସ ଥାନାକୁ ଡାକି ଏକ ଚୁକ୍ତିନାମା କରିଥିଲା ଏହା ଭାଇରାଲ ହେବାରେ ଲାଗିଲା । ଏହି ଭାଇରାଲ ଚୁକ୍ତିନାମା ସହ ବିଜେପି ନାମ ଯୋଡିବା ଓ ଯୁବ ସାମ୍ବାଦିକଙ୍କ ପ୍ରତି ପୋଲିସର ବ୍ୟବହାର ନେଇ ଆପତ୍ତି ଉଠାଇଛି ଭାରତୀୟ ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...

ପୋଲିସ ଚୁକ୍ତିନାମା ଭାଇରାଲ ପ୍ରସଙ୍ଗ, ଅଭିଯୋଗ କଲା ଭାରତୀୟ ଯୁବ ମୋର୍ଚ୍ଚା

author img

By

Published : May 25, 2021, 7:28 PM IST

କେନ୍ଦୁଝର: କୋରୋନା ମହାମାରୀ ତାର କାୟା ମେଲାଇ ଚାଲିଛି । ଏହି କୋରୋନାରେ ଆକ୍ରାନ୍ତ ହୋଇ ବହୁ ଲୋକଙ୍କ ଜୀବନ ଯାଉଛି । କୋରୋନା ସମୟରେ ପ୍ରଶାସନର ଅବ୍ୟବସ୍ଥା ନେଇ ସାମାଜିକ ଗଣମାଧ୍ୟମରେ ବହୁ ଭିଡିଓ ଭାଇରାଲ ହେଉଛି ।

ପୋଲିସ ଚୁକ୍ତିନାମା ଭାଇରାଲ ପ୍ରସଙ୍ଗ, ଅଭିଯୋଗ କଲା ଭାରତୀୟ ଯୁବ ମୋର୍ଚ୍ଚା

ଏହି ଭିଡିଓରୁ ପ୍ରଶାସନ ଅନେକ ସମୟରେ ଭୁଲ ସୁଧାରୁଥିବା ବେଳେ ବହୁତ ଭିଡିଓ ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ଏଭଳି ପ୍ରଶାସନର ଭୁଲକୁ ପ୍ରର୍ଦ୍ଦାଫାଶ କରି ତାର ଭୁଲ ସୁଧାରୁଥିବା ଜଣେ ସାମାଜିକ କର୍ମୀ ତଥା ଯୁବ ସାମ୍ବାଦିକ ସଞ୍ଜୀବ ସାହୁଙ୍କୁ ଗତ ୨୩ ତାରିଖରେ ସଦର ପୋଲିସ ଥାନାରେ ଆଣି ଅଟକ ରଖିଥିଲା । ପରେ ସାମାଜିକ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରକାଶ ନକରିବାର ଚୁକ୍ତିନାମା ପରେ ପୋଲିସ ତାଙ୍କୁ ଛାଡିଥିଲା ।

ହେଲେ ଉକ୍ତ ଯୁବକ ଥାନାରେ ଥିବା ସମୟରେ ଏହି ଚୁକ୍ତିନାମା ସାଧାରଣରେ ଭାଇରଲ ହୋଇଥିଲା । ଏହି ଭାଇରାଲ ଚୁକ୍ତିନାମା ସହ ବିଜେପି ନାମ ଯୋଡିବା ଓ ଯୁବ ସାମ୍ବାଦିକଙ୍କ ପ୍ରତି ପୋଲିସର ବ୍ୟବହାର ନେଇ ଆପତ୍ତି ଉଠାଇଛି ଭାରତୀୟ ଯୁବ ମୋର୍ଚ୍ଚା । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ଅଭିଯୋଗ କରିଛି ଯୁବ ମୋର୍ଚ୍ଚା । ଥାନାରୁ କିପରି ଏହି ଚୁକ୍ତିନାମା ବାହାରକୁ ଆସିଲା ଏଥିରେ ସମୃକ୍ତ ପୋଲିସ ଅଧିକାରୀ ଓ ଏହାକୁ ଭାଇରାଲ କରୁଥିବା ସରକାରୀ ଦଳର କର୍ମୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଯୁବ ମୋର୍ଚ୍ଚା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.