ETV Bharat / state

ମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଯାଇ ସାମାଜିକ ଦୂରତ୍ବକୁ ଫୁ କଲେ ଦଳୀୟକର୍ମୀ

author img

By

Published : Aug 14, 2020, 10:10 PM IST

କେନ୍ଦୁଝର ଜିଲ୍ଲାରେ ସାମାଜିକ ଦୂରତା ନିୟମକୁ ଭୁଲିଗଲେ ଦଳୀୟ କର୍ମୀ । ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ପାଇଁ ଅତିଥି ହୋଇ କ୍ୟାବିନେଟ ମନ୍ତ୍ରୀ ଡ଼.ଅରୁଣ ସାହୁଙ୍କୁ ପାଛୋଟି ନେବା ସମୟରେ ଏଭଳି ଦେଖାଯାଇଛି ।

social distance
ସାମାଜିକ ଦୂରତ୍ବକୁ ଫୁ କଲେ ଦଳୀୟକର୍ମୀ

କେନ୍ଦୁଝର: କୋରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସବୁଠୁ ସାମାଜିକ ଦୂରତା ନିୟମ ଓ ମାସ୍କ ବ୍ୟବହାରକୁ ପ୍ରାଧାନ୍ୟ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । କିନ୍ତୁ ସରକାରଙ୍କ ଏହି ଅନୁରୋଧକୁ ବିଭିନ୍ନ ଦଳର କର୍ମୀମାନେ ଫୁ କରି ଉଡେଇ ଦେଉଥିବା ଦେଖାଦେଇଛି । ହେଲେ କେନ୍ଦୁଝର ଜିଲ୍ଲାରେ ଶୁକ୍ରବାର ଏଥିରେ ବ୍ୟତିକ୍ରମ ଦେଖାଯାଇଛି ।

କେତେବେଳେ ବିଜେପି କର୍ମୀଙ୍କ ନାଁରେ ଅଭିଯୋଗ ହେଉଥିବା ବେଳେ ଆଉ କେତେବେଳେ ବିଜେଡି ଦଳ କର୍ମୀଙ୍କ ନାଁରେ ଏଭଳି ଅଭିଯୋଗ ଆସୁଛି। ସେ ସରକାରୀ କାର୍ଯ୍ୟକ୍ରମ ହେଉକି ଦଳୀୟ କାର୍ଯ୍ୟକ୍ରମ ।

କେନ୍ଦୁଝର ଜିଲ୍ଲାରେ ଶନିବାର ହେବାକୁ ଥିବା ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ପାଇଁ ଅତିଥି ହୋଇ କ୍ୟାବିନେଟ ମନ୍ତ୍ରୀ ଡ଼.ଅରୁଣ ସାହୁ ଆସିଛନ୍ତି । ମନ୍ତ୍ରୀଙ୍କୁ ରାତ୍ରିରହଣୀ ବ୍ୟବସ୍ଥା ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋବିଡ଼ କଟକଣା ପାଇଁ ଏହି ସର୍କିଟ ହାଉସ ମଧ୍ୟକୁ କେବଳ ସରକାରୀ ଅଫିସରଙ୍କ ଛଡା କୌଣସି ଦଳୀୟ କର୍ମୀଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

ସାମାଜିକ ଦୂରତ୍ବକୁ ଫୁ କଲେ ଦଳୀୟକର୍ମୀ

ଏହି ବାରଣ ପାଇଁ ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ଶତାଧିକ କର୍ମୀ ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରୀଙ୍କୁ ପାଛୋଟି ଆଣିବା ପାଇଁ ଲାବଣ୍ୟ ଛକ ନିକଟରେ ଏକାଠି ହୋଇଥିଲେ । ମନ୍ତ୍ରୀଙ୍କ ଉକ୍ତ ସ୍ଥାନରେ ପହଞ୍ଚିବା ବେଳକୁ ସମସ୍ତ ଦଳୀୟ କର୍ମୀ , ନେତା ଫୁଲତୋଡା ଦେବା ପାଇଁ ଯାଇ ସାମାଜିକ ଦୂରତ୍ବକୁ ଭୁଲି ଯାଇଥିଲେ ।

ସାମାଜିକ ଦୂରତ୍ବକୁ ମାନିବାକୁ ମନ୍ତ୍ରୀ ଦଳୀୟ କର୍ମୀମାନଙ୍କୁ ବୁଝାଇ ଥିବା ଦେଖା ଯାଇଥିଲେ ମଧ୍ୟ ଦଳୀୟ କର୍ମୀମାନେ ସମସ୍ତ ନିୟମକୁ ଫୁ କରିଥିବା ଦେଖାଯାଇଥିଲା । ଏହି ସମୟରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଦଳୀୟ କର୍ମୀଙ୍କ ଉତ୍ସାହ ଆଗରେ ପୋଲିସ ନିଷ୍କ୍ରିୟତା ରହିତିବା ଦେଖାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.