ETV Bharat / state

‘ପଙ୍ଗପାଳ ପ୍ରତିରୋଧ ପାଇଁ ପ୍ରସ୍ତୁତ କୃଷି ବିଭାଗ’

ଫସଲର ଶତୃ ହେଉଛି ପଙ୍ଗପାଳ । ଏହା ସୁନାର ଫସଲକୁ ଉଜାଡି ଛାରଖାର କରିଦେଇଥାଏ । ବର୍ତ୍ତମାନ ସମୟରେ ପାକିସ୍ତାନରୁ ମାଡି ଆସିଥିବା ପଙ୍ଗପାଳ ଦଳ ଦେଶରେ ଚାଷୀଙ୍କ ଚିନ୍ତା ବଢାଉଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 3, 2020, 12:07 PM IST

ପଙ୍ଗପାଳ ପ୍ରତିରୋଧ ପାଇଁ ପ୍ରସ୍ତୁତ କୃଷି ବିଭାଗ

କେନ୍ଦୁଝର: କୋରୋନା ମହାମାରୀ ଯୋଗୁଁ ରାଜ୍ୟରେ ଚାଷ କାର୍ଯ୍ୟ ଏକ ପ୍ରକାରର ଠପ ହୋଇ ପଡିଛି । ସରକାର ଲକଡାଉନକୁ କୋହଳ କଲା ପରେ ଚାଷୀ କ୍ଷେତରେ ଚାଷ କାମ ପାଇଁ ଅଣ୍ଟା ଭିଡ଼ିଛି । କିନ୍ତୁ ଚାଷୀକୁ ଘାରିଛି ପଙ୍ଗପାଳ ଭୟ । ସୁଦୁର ପାକିସ୍ତାନରୁ ଆସିଥିବା ଏହି ପଙ୍ଗପାଳ ପଲ ଦେଶର ବିଭିନ୍ନ ରାଜ୍ୟରେ ମାଡି ଚାଲିଥିବା ବେଳେ ଏବେ ଓଡିଶା ସୀମାରେ ପହଞ୍ଚିଛନ୍ତି ।

ଏଥିପାଇଁ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଜିଲ୍ଲା କୃଷି ବିଭାଗ ମଧ୍ୟ ଅଣ୍ଟା ଭିଡ଼ିଛି । ଏହାକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା ଅଭିଯାନ ଆରମ୍ଭ କରିବ ବୋଲି ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ସମସ୍ତ ଚାଷୀ ରାଜ୍ୟ କୃଷି ନିର୍ଦ୍ଦେଶନାମାକୁ ମାନି ଜୈବିକ ସାର ଓ ରାସାୟନିକ ସାର ସିଞ୍ଚନ ଦ୍ୱାରା ଏହି ପଙ୍ଗପାଳ କବଳରୁ ରକ୍ଷା ପାଇବେ ବୋଲି କୃଷି ଅଧିକାରୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.