ETV Bharat / state

ରାସ୍ତାମଝିରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ 3 - short circuit

କେନ୍ଦୁଝର ନରଣପୁର ବ୍ରାହ୍ମଣିପାଳ ରାସ୍ତା ରାମଚନ୍ଦ୍ରପୁର ନିକଟରେ ସଟସର୍କିଟ ପାଇଁ ଚଳନ୍ତା କାରରେ ଲାଗିଲା ନିଆଁ । ଏକ ବଡ ଧରଣର ଦୁର୍ଘଟଣାରୁ 3 ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ । ଅଧିକ ପଢନ୍ତୁ...

The car caught fire due to a short circuit
ସର୍ଟସର୍କିଟ ଯୋଗୁଁ ଗାଡ଼ିରେ ଲାଗିଲା ନିଆଁ, ଜଣେ ଗୁରୁତର
author img

By

Published : Oct 27, 2020, 7:44 PM IST

କେନ୍ଦୁଝର: କେନ୍ଦୁଝର ନରଣପୁର ବ୍ରାହ୍ମଣିପାଳ ରାସ୍ତା ରାମଚନ୍ଦ୍ରପୁର ନିକଟରେ ସଟସର୍କିଟ ପାଇଁ ଚଳନ୍ତା କାରରେ ଲାଗିଲା ନିଆଁ । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଛି କାର । ଏକ ବଡ ଧରଣର ଦୁର୍ଘଟଣାରୁ 3 ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ ।

ସର୍ଟସର୍କିଟ ଯୋଗୁଁ ଗାଡ଼ିରେ ଲାଗିଲା ନିଆଁ, ଜଣେ ଗୁରୁତର

ଗାଡ଼ିରେ ଥିବା ଯାତ୍ରୀଙ୍କ କହିବା ଅନୁଯାୟୀ, ସେମାନେ ଏକ ଚେଭରୋଲେଟ କାରରେ ଯାଉଥିବା ସମୟରେ ହଠାତ ଗାଡି ଆଗ ଇଞ୍ଜିନରୁ ଧୂଆଁ ବାହାରିଥିଲା । ସେମାନେ ଓହ୍ଲାଇ ଧୂଆଁ କେଉଠୁ ବାହାରୁଛି ଦେଖୁ ଦେଖୁ ଗାଡିଟି ସମ୍ପୂର୍ଣ୍ଣ ଜଳି ଉଠିଲା । ଭୟରେ ସେମାନେ ଦୂରକୁ ପଳାଇଲେ । ନିଆଁ ବଢିବା ଶହ ଗାଡିର ଟାୟାର ଫାଟି ପ୍ରଚଣ୍ଡ ଶବ୍ଦ କରିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଛିଡା ହୋଇ ରହିଛି ।

ଘଟଣା ସ୍ଥଳରେ ଭୟଭୀତ ହୋଇ ଲୋକ ଏୟାଡେ ସେଆଡ଼େ ଦୌଡ଼ିବା ସମୟରେ ହାଇଓ୍ବା ଚକତଳେ ଜଣେ ଲୋକ ଚାପି ହୋଇ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ଏବେ ଦମକଳ ବାହୀନ ପହଁଚି ନିଆଁକୁ ଆୟତ କରିବା ସହ ଗୁରୁତର ଜଣକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.