ETV Bharat / state

ଜ୍ଯାକ ରଡରେ ଟ୍ରକ୍ ଚାଳକଙ୍କ ଆକ୍ରମଣ, ବ୍ୟବସାୟୀ ମୃତ - ଜ୍ଯାକ ରଡରେ ପିଟିଥିଲା ଡ୍ରାଇଭର

ଝିମିଟି ଖେଳରୁ ଘଟିଗଲା ମହାଭାରତ । ଯେଉଁଥିରେ ଚାଲିଗଲା ଜଣେ ନୀରିହ ମଣିଷର ଜୀବନ । ସାମାନ୍ୟ କଥାରୁ ମୁଣ୍ଡକୁ ରଡରେ ପିଟି ଦେଲା ଟ୍ରକ ଡ୍ରାଇଭର । ଅଧିକ ପଢ଼ନ୍ତୁ

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ଜ୍ଯାକ ରଡରେ ପିଟିଲା ଡ୍ରାଇଭର

author img

By

Published : Apr 18, 2022, 5:49 PM IST

Updated : Apr 18, 2022, 7:59 PM IST

ଆନନ୍ଦପୁର : ସାମାନ୍ୟ କଥାରୁ ଟ୍ରକ ଡ୍ରାଇଭର ଜୀବନ ନେଇଗଲା ଜଣେ ବ୍ୟବସାୟୀଙ୍କର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୂଳ ଗ୍ରାମର ନୂଆଗାଁ ଛକରେ । ଏହି ଗାଁର ଦିଲ୍ଲୀପ ବେହେରା ନୂଆଗାଁ ଛକ ଠାରେ ଏକ ଗ୍ରୋସରୀ ଦୋକାନ କରିଥିଲେ । ଦିଲ୍ଲୀପଙ୍କ ଦୋକାନ ନିକଟରେ ଏକ ଟ୍ରକ ଗ୍ଯାରେଜ ରହିଥିଲା । ଗ୍ଯାରେଜରେ ଏକ ଟ୍ରକ ସେଠାରେ ମରାମତି ପାଇଁ ଲାଗିଥିଲା । ତେବେ କୌଣସି କାରଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ଯରେ ବଚସା ଆରମ୍ଭ ହୋଇଥିଲା ।

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ଜ୍ଯାକ ରଡରେ ପିଟିଲା ଡ୍ରାଇଭର

ରାଗ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ବ୍ୟବସାୟୀଙ୍କ ମୁଣ୍ଡକୁ ଜ୍ଯାକ ରଡରେ ଆକ୍ରମଣ କରିଥିଲା ଟ୍ରକ ଚାଳକ । ଏହି ଆକ୍ରମଣ ପରେ ଦିଲ୍ଲୀପ ବେହେରାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଏନେଇ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକକୁ ସ୍ଥାନାନ୍ତରିତ କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଟ୍ରକ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫେରାର ଟ୍ରକ ଡ୍ରାଇଭର ସମ୍ପର୍କରେ ସନ୍ଧାନ ଆରମ୍ଭ କରିଛି । ସମ୍ପୃକ୍ତ ଟ୍ରକ ଡ୍ରାଇଭର ଘସିପୁରା ଥାନା ଶାଳପଡ଼ା ଅଞ୍ଚଳର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Apr 18, 2022, 7:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.