ETV Bharat / state

ଡାକ୍ତର ନୁହେଁ ଗୁଣିଆ ଭରସା

ଆଜି ବି ଅନ୍ଧବିଶ୍ବାସ ଉପରେ ଭରସା କରୁଛନ୍ତି ଲୋକେ । ବିଜ୍ଞାନ ଅନେକ ଆଗେଇଥିଲେ ମଧ୍ୟ ଡାକ୍ତର ଠାରୁ ଅଧିକ ବିଶ୍ବାସ ଗୁଣିଆ ଉପରେ କରୁଛନ୍ତି। କେନ୍ଦୁଝର ଜିଲ୍ଲା କାଦକଳା ପଞ୍ଚାୟତରେ ଘଟିଛି ଏଭଳି ଘଟଣା । ଡାକ୍ତରଖାନାରେ ରୋଗୀ ଭଲ ନହେବାରୁ ଗୁଣିଗାରେଡିର ସାହାଯ୍ୟ ନେଇଛନ୍ତି ଲୋକେ ।

author img

By

Published : Sep 3, 2019, 5:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ମଣିଷ ଯାଇ ଚନ୍ଦ୍ରପୃଷ୍ଠରେ ପହଁଞ୍ଚି ସାରିଛି । ବିଜ୍ଞାନ ଆଜି ସମସ୍ତ ଅସମ୍ଭବକୁ ସମ୍ଭବ କରିଛି । କିନ୍ତୁ ଆଜି ବି ଅନେକ ଲୋକ ଅନ୍ଧବିଶ୍ବାସର ଅନ୍ଧକାର ତଳେ କାଳାତିପାତ କରୁଛନ୍ତି । ଜିଲ୍ଲାର କିଛି ଆଦିବାସୀ ଲୋକ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଡାକ୍ତରଙ୍କ ବଦଳରେ ଗୁଣିଆକୁ ବିଶ୍ବାସ କରୁଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର ବାଂଶପାଳ ବ୍ଲକ ଅଧିନସ୍ଥ କାଦକଳା ପଞ୍ଚାୟତର ଉପର କାଦକଳା ଗ୍ରାମରେ ।

ଉକ୍ତ ଗ୍ରାମର ବାନ୍ଦୁରୁ ମୁଣ୍ଡାଙ୍କ ସ୍ତ୍ରୀ ସୂର୍ଯ୍ୟମଣି ମୁଣ୍ଡାଙ୍କୁ ସପ୍ତାହେ ହେଲା ଜ୍ଵର ହେଉଥିବା ବେଳେ ପରିବାର ଲୋକେ କେନ୍ଦୁଝର ଡାକ୍ତରଖାନା ନେଇ ଚିକିତ୍ସା କରାଉଥିଲେ । ସେଠାରେ ୩-୪ ଦିନ ଚିକିତ୍ସା ହେବା ପରେ ମଧ୍ୟ ସୂର୍ଯ୍ୟମଣି ଭଲ ନହେବାରୁ କେହି ଗୁଣିଗାରେଡି କରିଛି ଭାବି ଘରକୁ ଫେରାଇ ଆଣିଥିଲେ ପରିବାର ଲୋକେ । ଘରକୁ ଫେରାଇ ନେବା ସହ ଗୁଣିଆ ଡାକି ଝଡାଫୁଙ୍କା କରିବା ଆରମ୍ଭ କରିଥିଲେ। ତେବେ ଉପର କାଦକଳାକୁ ରାସ୍ତା ନଥିବାରୁ ତଳ କାଦକଳାରୁ ଉପର କାଦକଳାକୁ ୫ କିମି ଭାର ସାହାଯ୍ୟରେ ରୋଗୀକୁ ବୋହି ନେଇଥିବା ଜଣାପଡ଼ିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏପେଟେ ସରକାରୀ ମେଡିକାଲରେ ଅବହେଳା ସାଙ୍ଗକୁ ସରକାରୀ ସଚେତନତା ସୃଷ୍ଟିକୁ ଦୃଢ଼ୀଭୂତ କରିବା ଉପରେ ଜୋର ଦେଇଛନ୍ତି ସ୍ବେଚ୍ଛାସେବୀ । ତେବେ ଏନେଇ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଅନ୍ଧବିଶ୍ୱାସ ପାଇଁ ମେଡିକାଲ ରୁ ରୋଗୀକୁ ଆଣି ଗୁଣିଆ ଭରଷାରେ Body:
ଆଙ୍କର- କେନ୍ଦୁଝର ଜିଲ୍ଲାର ଆଦିବାସୀ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆକୁ ଭରଷା ଦୃଶ୍ୟ ନଜରକୁ ଆସିଛି । ଏପରି ଘଟଣା ଘଟିଛି ବାଂଶପାଳ ବ୍ଲକ ତଳକାଦକଳା ପଞ୍ଚାୟତର ଉପର କାଦକଳା ଗ୍ରାମରେ । ଉକ୍ତ ଗ୍ରାମର ବାନ୍ଦୁରୁ ମୁଣ୍ଡା ଙ୍କ ସ୍ତ୍ରୀ ସୂର୍ଯ୍ୟମଣି ମୁଣ୍ଡାଙ୍କୁ ସପ୍ତାହେ ହେଲା ଜ୍ଵର ହେଉଥିବା ବେଳେ ପରିବାର ଲୋକେ କେନ୍ଦୁଝର ଡାକ୍ତର ଖାନା ନେଇ ଚିକିତ୍ସା କରାଉଥିଲେ । ସେଠାରେ ୩/୪ଦିନ ଚିକିତ୍ସା ହେବା ପରେ ଭଲ ନହେବାରୁ କେହି ଗୁଣି ଗାରେଡି କରିଛି ଭାବି ଘରକୁ ଫେରାଇ ଆଣିଥିଲେ ପରିବାର ଲୋକେ । ଘରକୁ ଫେରାଇ ନେବା ସହ ଗୁଣିଆ ଡାକି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ପରିବାର ଲୋକେ । ତେବେ ଉପର କାଦକଳା କୁ ରାସ୍ତା ନଥିବା ରୁ ତଳ କାଦକଳା ରୁ ଉପର କାଦକଳା କୁ ୫ କିମି ଭାର ସାହାଯ୍ୟ ରେ ରୋଗୀକୁ ବୋହିକି ନେଇଥିବା ଜଣା ପଡ଼ିଛି । ଏପେଟେ ସରକାରୀ ମେଡିକାଲ ରେ ଅବହେଳା ସାଙ୍ଗକୁ ସରକାରୀ ସଚେତନତା ସୃଷ୍ଟି କୁ ଦୃଢ଼ୀବୁତ କରିବା ଉପରେ ଜୋର ଦେଇଛନ୍ତି ସ୍ବେଚ୍ଛାସେବୀ ।ଏନେଇ ଜିଲ୍ଲା ଚିକିତ୍ସାଧିକାରୀଙ୍କ ପ୍ରତିକ୍ରିୟା ମିଳୁପାରି ନାହିଁ ।
ବାଇଟ-୧-ଧୀରେନ୍ଦ୍ର ରାଉତ( ସଭାପତି, ନାଗରିକ ମଞ୍ଚ)
ବାଇଟ-୨- ସାବିତ୍ରୀ ବିଶ୍ୱାଳ( ସ୍ବେଚ୍ଛାସେବୀ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.