ETV Bharat / state

ସ୍ତ୍ରୀ ପାଇଁ ସ୍ବାମୀ ଦେଲା ସୁପାରୀ, ପରିବାର ଆଣିଲେ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ - କେନ୍ଦୁଝର ହତ୍ୟା ମାମଲା

ସୁନୀତା ହତ୍ୟା ମାମଲାରେ ଆସିଲା ନୂଆ ମୋଡ । ସୁନିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅନ୍ୟପଟେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଛି ପୋଲିସ । ମୃତଦେହ ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ହେଲା ସେନେଇ ଜଣାପଡିବ ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ସଦର ଏସଡିପିଓ ।

Etv Bharat
Etv Bharat
author img

By ETV Bharat Odisha Team

Published : Sep 25, 2023, 3:09 PM IST

Updated : Sep 25, 2023, 3:22 PM IST

ସ୍ତ୍ରୀ ପାଇଁ ସ୍ବାମୀ ଦେଲା ସୁପାରୀ

କେନ୍ଦୁଝର: ସୁନୀତା ହତ୍ୟା ମାମଲାରେ ନୂଆ ମୋଡ । ସୁନିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅନ୍ୟପଟେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଛି ପୋଲିସ । ମୃତଦେହ ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ହେଲା ସେନେଇ ଜଣାପଡିବ ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ସଦର ଏସଡିପିଓ ।

ସୂଚନା ଅନୁଯାୟୀ, ଗତ ୧୮ତାରିଖ ଦିନ କେନ୍ଦୁଝର ଜିଲ୍ଲା ନୟାକୋଟ ସ୍ଥିତ ମଲଦା ନଦୀକୂଳରୁ ଜଣେ ମହିଳା ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତଦନ୍ତ ସମୟରେ ମୃତଦେହଟି କେନ୍ଦୁଝର ଅଞ୍ଚଳର ସୁରେଶ ପରିଡାଙ୍କ ସ୍ତ୍ରୀ ସୁନିତାଙ୍କ ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ । ସୁନିତା ଗତ 3 ତାରିଖରୁ ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା । ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ସୁନିତାଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲା ପୋଲିସ ।

ଅନ୍ୟପଟେ ସୁନୀତା ହତ୍ୟା ପଛରେ ତାଙ୍କ ସ୍ୱାମୀ ସୁରେଶ ପରିଡାଙ୍କ ହାତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ହତ୍ୟା ପାଇଁ ସୁପାରୀ କିଲରଙ୍କ ସାହାଯ୍ୟ ନେଇଥିଲା ସୁରେଶ । ଘଟଣାରେ ସୁନୀତାଙ୍କ ସ୍ୱାମୀଙ୍କ ସହ ଆଉ ଜଣଙ୍କୁୁ ଗିରଫ କରାଯାଇଛି । ପୋଲିସ ପୂର୍ବରୁ ଅଭିଯୁକ୍ତ ସ୍ୱାମୀଙ୍କୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରିଥିବା ବେଳେ ଆଜି (ସୋମବାର) ସକାଳୁ ପୁନର୍ବାର ସୁନିତାଙ୍କ ପରିବାର ଲୋକ ଏବଂ ଅଭିଯୁକ୍ତମାନଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ।

ଏହାମଧ୍ୟ ପଢନ୍ତୁ.. କଳାହାଣ୍ଡିରେ ଲଜ୍ଜା, ପାଞ୍ଚ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ

ଅନ୍ୟପଟେ ସୁନିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ସେପ୍ଟେମ୍ବର 3ରୁ ନିଖୋଜ ଥିବା ବେଳେ 18 ତାରିଖରେ ତାଙ୍କର ମୃତଦେହ ନଦୀକୂଳରୁ ମିଳିଥିଲା । ଏତେ ଦିନ ଧରି ସୁନିତା କେଉଁଠି ଥିଲେ ବୋଲି ସନ୍ଦେହ କରିଛନ୍ତି ପରିବାର ଲୋକେ । ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସୁନିତାଙ୍କ ପରିବାରଲୋକେ ।

ଅନ୍ୟପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦୁଝର ସଦର ଏସଡିପିଓ । ସୁନିତାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ହେଲା, ସେ ସମ୍ପର୍କରେ ମଧ୍ୟ ଜଣାପଡିବ ବୋଲି ସେ କହିଛନ୍ତି । ଏଥିସହ ଆଉ ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ।

ଇଟିଭି ଭାରତ, କେନ୍ଦୁଝର

Last Updated : Sep 25, 2023, 3:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.