ETV Bharat / state

ପଥରକୁ ଜୀବନ ଦେଉଛନ୍ତି ପ୍ରମୋଦ, କଳା ଗାଁରେ ପରିଣତ କରିବାକୁ ରଖିଛନ୍ତି ଲକ୍ଷ୍ୟ

author img

By

Published : Aug 15, 2021, 7:56 PM IST

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ନିଆରା ପ୍ରସ୍ତର ଶିଳ୍ପୀ ପ୍ରମୋଦ । ବିଭିନ୍ନ ପଥର ଓ ଧାତୁରେ ନିର୍ମାଣ କରିଛନ୍ତି ବିଭିନ୍ନ ଆକୃତିର ସୁନ୍ଦର ମୁର୍ତ୍ତି । ହୋଇଛନ୍ତି ବିଭିନ୍ନ ସ୍ଥାନରେ ସମ୍ମାନିତ, ଗ୍ରାମକୁ କଳାଗ୍ରାମରେ ପରିଣତ କରିବାକୁ ରଖିଛନ୍ତି ଲକ୍ଷ । ଅଧିକ ପଢନ୍ତୁ...

ପଥର ଦେହରେ ଜୀବନ ଭରୁଛନ୍ତି ଶିଳ୍ପୀ ପ୍ରମୋଦ, ଗ୍ରାମକୁ କଳାଗ୍ରାମରେ ପରିଣତ କରିବାକୁ ରଖିଛନ୍ତି ଲକ୍ଷ

ଆନନ୍ଦପୁର: ଛାତ୍ର ଜୀବନରୁ କଳାପ୍ରତି ଥିଲା ଅହେତୁକ ଦୁର୍ବଳତା । ବିଦ୍ଯାଳୟରେ ପଢୁଥିବା ସମୟରେ ପଢା ଖାତା ବହି,ଶ୍ରେଣୀ ବ୍ଲାକ ବୋର୍ଡ କାନ୍ଥ ଏମିତିକି ଘର କାନ୍ଥବାଡରେ ମଧ୍ଯ ବିଭିନ୍ନ ପଶୁ ପକ୍ଷୀ, ଦେବା ଦେବୀଙ୍କ ଅବିକଳ ଚିତ୍ର ଆଙ୍କି ସମସ୍ତଙ୍କ ନଜରକୁ ଆସିଥିଲେ। ଛାତ୍ର ଜୀବନରୁ କଳାପ୍ରତି ଥିବା ଆକର୍ଷଣ ଓ ସାଧାନ ପରେ ତାଙ୍କୁ ଏକ ନିପୂଣ ଶିଳ୍ପୀଭାବେ ପରିଚୟ ମିଳିଥିଲା । ଏପରି ଜଣେ ଶୀଳ୍ପୀ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅଳତୀ ଗାଁର ଶିଳ୍ପୀ ପ୍ରମୋଦ କୁମାର ବରାଳ ।

ପ୍ରମୋଦଙ୍କ ନିର୍ମିତ ମୁର୍ତ୍ତି ଏବେ ଦେଶବିଦେଶ ରପ୍ତାନୀ ହେଉଛି । ନିଜ ଗ୍ରାମ ଅଳତୀ ଠାରେ ମାର୍ବଲ,ଗ୍ରାନାଇଟ୍ ସହ ନାଲି ଶାଣ ପଥରରେ ଭଳିକି ଭଳି ମୂର୍ତ୍ତି ସହ କାନଭାସ ଚିତ୍ରର ଏକ ସୁନ୍ଦର ଫାର୍ମ ପ୍ରତିଷ୍ଠା କରି ସେଥିରେ ୩୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ରୋଜଗାରର ପନ୍ଥା ଦେଖାଇଛନ୍ତି ।

ଘସିପୁରା ବ୍ଳକ ଅଳତି ଗ୍ରାମର ଶ୍ରୀନିବାସ ବରାଳ ଓ ମାତା ନିର୍ମଳାଙ୍କ ବଡ଼ ପୁଅ ଥିଲେ ପ୍ରମୋଦ। ପ୍ରମୋଦ ଗାଁ ସ୍କୁଲରୁ ମାଟ୍ରିକ ପାସ୍‌ ପରେ ସରକାରୀ ଚାରୁକଳା ମହାବିଦ୍ୟାଳୟ , ଖଲିକୋଟରୁ କଳାରେ ଡିଗ୍ରୀ ହାସଲ କରି ନିଜକୁ ଜଣେ ସଫଳ କାରିଗର ଭାବେ ପ୍ରତିଷ୍ଠିତ କରିପାରିଛନ୍ତି । ନିଜ ଗ୍ରାମ ଅଳତୀ ଠାରେ ମାର୍ବଲ, ଗ୍ରାନାଇଟ୍ ସହ ନାଲିଶାଣ ପଥରରେ ଭଳିକି ଭଳି ମୂର୍ତ୍ତି ସହ କାନଭାସ ଚିତ୍ରର ଏକ ସୁନ୍ଦର ଫାର୍ମ ପ୍ରତିଷ୍ଠା କରି ସେଥିରେ ୩୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ରୋଜଗାରର ପନ୍ଥା ଦେଖାଇଛନ୍ତି । ତାଙ୍କ ଫାର୍ମରୁ ଶତାଧିକ ଯୁବକ ତାଲିମ ନେଇ ନିଜେ ଆତ୍ମନିର୍ଭରଶିଳ ହୋଇଛନ୍ତି ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତ ବ୍ୟତୀତ ଝାଡ଼ଖଣ୍ଡ, ଦିଲ୍ଲୀ ,କୋଲକାତା ,ମୁମ୍ବାଇ ,ଆସାମ,ବିହାର,ଗୁଜୁରାଟରେ ତାଙ୍କ ହାତ ତିଆରି ପଥର ମୂର୍ତ୍ତି ଶୋଭା ପାଉଛି । ଏପରି କି ଦେଶ ବାହାରେ ମାଲେସିଆ ଓ ଇଣ୍ଡୋନେସିଆରେ ମଧ୍ୟ କାଠ ଖୋଦେଇ ମୂର୍ତ୍ତି ଓ ମଡର୍ନ ଆର୍ଟ ଆଣ୍ଡ କ୍ରାଫ୍ଟସ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯାଜପୁର ରୋଡଠାରେ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଓଡ଼ିଶା ଖଦି ବୋର୍ଡ ଭୁବନେଶ୍ବରରେ ମୁଗୁନି ପଥରର ନିର୍ମିତ ମହାତ୍ମାଗାନ୍ଧୀଙ୍କ ଅରଟ ଚଳାଇବା ସମୟର ବିରାଟ ପ୍ରତିକୃତି ଏବଂ ଓଡ଼ିଶା ବିଧାନ ସଭା ପରିସରରେ ଥିବା ମଧୁବାବୁଙ୍କ ପ୍ରତିମା ତାଙ୍କ ଅନନ୍ୟ କୃତିତ୍ବର ଗାଥା ବହନ କରେ ।

ସେ ଏହି କଳାସାଧନା ପାଇଁ ୧୯୮୭ରେ ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ନିଗମ ତରଫରୁ ଓ ୧୯୯୯ ମସିହାରେ ଉତ୍କଳିକା ତରୁ ବିଶିଷ୍ଟ ଶିଳ୍ପୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେହିପରି ୨୦୧୦ରେ ମୁମ୍ବାଇଠାରେ ଟାଟା ନ୍ୟାସନାଲ ଭଚୁଆଲ ଏକାଡେମୀ ପକ୍ଷରୁ ତାଙ୍କୁ ଫିଲୋସଫି ଆୱାର୍ଡରେ ସମ୍ମାନିତ କରାଯାଇଛି । ଏତତ୍ ବ୍ଯତିତ ୨୦୧୨ରେ ଶିଳ୍ପୀ ଶିରୋମଣୀ , ୨୦୧୩ରେ ଭୂବନ ପୂଜ୍ୟପୂଜା ପରିଷଦ ପକ୍ଷରୁ ଭୂମିପୁତ୍ର , ୨୦୧୫ରେ ଧାମ ନଗର , ଭଦ୍ରକ ତରଫରୁ ଶ୍ରେଷ୍ଠ ଶିଳ୍ପୀ ସମ୍ମାନ, ୨୦୧୬ରେ ଆନନ୍ଦପୁର ମହୋତ୍ସବରେ ବିଶିଷ୍ଟ ଶିଳ୍ପୀ ସମ୍ମାନ ଓ ବନମାଳୀ ପଣ୍ଡା ସ୍ମୃତି ସଂସଦ, ଶିଳ୍ପୀ ଗୌରବ ସମ୍ମାନର ଅଧିକାରୀ ହୋଇ ବେଶ ସୁନାମ ଅର୍ଜନ କରିଛନ୍ତି । କଳା କାରିଗରୀ ପ୍ରତି ଥିବା ଉତ୍ସାହକୁ ପାଥେୟ କରି ସେ ଆଜି ଏତେ ବାଟ ଅତିକ୍ରମ କରି ପାରିଛନ୍ତି ।

ଅଳତୀ ଗ୍ରାମକୁ ଏକ କଳାଗ୍ରାମ ସହ ଏହିଠାରେ କାରିଗରୀ କଳା ବିଦ୍ୟାଳୟ ସ୍ଥାପନ କରି ସ୍ଥାନୀୟ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ତାଙ୍କର ପ୍ରମୂଖ ଲକ୍ଷ୍ୟ ରହିଥିବା କୁହନ୍ତି ସେ । ଏଥିପାଇଁ ସରକାରଙ୍କ ତରଫରୁ ଆର୍ଥିକ ସାହାର୍ଯ୍ଯ ଏବଂ ପ୍ରୋସାହନ ମିଳିଲେ ଅଳତୀକୁ ଏକ କଳାଗ୍ରାମ ଭାବେ ପରିଚିତ କରାଇ ପାରିବେ ବୋଲି ବିଶ୍ବାସ ମଧ୍ୟ ରଖିଛନ୍ତି ପ୍ରମୋଦ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.