ETV Bharat / state

ସାପ କାମୁଡ଼ାରେ ୩ଶିଶୁ ମୃତ ଘଟଣା; ରାଜ୍ୟରେ ଏପରି କେତେ କୋଚିଂ ସେଣ୍ଟର ଅଛି ପଚାରିଲା ବିଜେପି

author img

By

Published : Jul 25, 2023, 5:33 PM IST

କେନ୍ଦୁଝରର ଏକ ଘରୋଇ ଆବାସିକ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ୩ ଶିଶୁ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲା ବିଜେପି । ପ୍ରେସ୍‌ମିଟ୍‌ କରି ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ଭିତ୍ତିଭୂମି ଓ 5Tକୁ ଦାୟୀ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ବର/କେନ୍ଦୁଝର: ଘରୋଇ ଆବାସିକ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ୩ ପିଲାଙ୍କର ମୃତ୍ୟୁ ପ୍ରସଙ୍ଗ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଏହି ଘଟଣା ପାଇଁ ଦାୟୀ କରିଥିଲେ ମୋହନ ମାଝୀ । ଏବେ ପୁଣିଥରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋହନ ।

ସେ କହିଛନ୍ତି, "ଦୀର୍ଘ ୧୫ ବର୍ଷ ହେବ କେନ୍ଦୁଝରରେ ଏହି ସୁରକ୍ଷା ବିହୀନ ବେଆଇନ କୋଚିଂ ସେଣ୍ଟର ଖୋଲିଲାଣି । ଛାତ୍ରଛାତ୍ରୀମାନେ ବର୍ଷ ତମାମ ସେଠାରେ କୋଚିଂ ନିଅନ୍ତି । ୪୦- ୫୦ କିମି ଦୂରରୁ ପିଲା ସେଠାକୁ ଆସି କୋଚିଂ ନିଅନ୍ତି ଏବଂ ହଷ୍ଟେଲରେ ରୁହନ୍ତି । ବର୍ଷକୁ ୨୦ ହଜାର ଲେଖାଏଁ ଫିସ୍ ଦିଅନ୍ତି । ଏଠାରେ ସାପ କାମୁଡି ପିଲାଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାପାଳ ଆଜି ପର୍ଯ୍ୟନ୍ତ ସେ ଜାଗାକୁ ଯାଇନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି, କେନ୍ଦୁଝର ଜିଲ୍ଲା ନିଶ୍ଚିନ୍ତପୁର ଗାଁରେ କୋଚିଂ ସେଣ୍ଟର ପଞ୍ଜିକୃତ ହୋଇଛି ନା ବିନା ପଞ୍ଜୀକରଣରେ ଚାଲିଥିଲା । ହଷ୍ଟେଲରେ ପିଲା ରହିବା ପାଇଁ ଅନୁମତି ଦିଆଯାଇଥିଲା କି ? କୋଚିଂ ସେଣ୍ଟର ମାଲିକ ଖଗେଶ୍ବର ମହନ୍ତ କାହା ସହଯୋଗରେ ପିଲାମାନଙ୍କଠାରୁ ୨୦ ହଜାର ଟଙ୍କା ଲେଖାଏଁ ନେଇ ଅସୁରକ୍ଷିତ ଭାବେ ପାଠ ପଢ଼ାଉଥିଲେ ? କେଉଁ ସରକାରୀ ଅଧିକାରୀଙ୍କ ପ୍ରୋତ୍ସାହନରେ ଚାଲୁଥିଲା କୋଚିଂ ସେଣ୍ଟର ? ରାଜ୍ୟରେ ଏମିତି ଅନେକ କୋଚିଂ ସେଣ୍ଟର ବେଆଇନ ଭାବେ ଚାଲିଛି । ସରକାର କରୁଛନ୍ତି କଣ ? 5T ସ୍କୁଲ ବା ସ୍ମାର୍ଟ ସ୍କୁଲ ଗୁଡ଼ିକରେ ପାଠ ପଢ଼ାଯାଉଛି କି ନାହିଁ ? ଯଦି ପଢା ହେଉଛି, ତେବେ ହଜାର ହଜାର ପିଲା 5T ସ୍କୁଲ ଛାଡ଼ି ପ୍ରାଇଭେଟ୍ କୋଚିଂରେ ପଢୁଛନ୍ତି କାହିଁକି ? ସ୍କୁଲ ନଯାଇ କୋଚିଂ ସେଣ୍ଟରରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ କିଏ ଖାଉଛି ?" ଏହାର ଉତ୍ତର ଦିଅନ୍ତୁ ସରକାର ବୋଲି ଦାବି କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ସାପ କାମୁଡ଼ାରେ ୩ ଶିଶୁ ମୃତ; ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଦାୟୀ କଲା ବିଜେପି

ମୋହନ ଆହୁରି କହିଛନ୍ତି, "ଗତବର୍ଷ ଜୁନ ମାସ ଶେଷ ସୁଦ୍ଧା ପ୍ରାୟ ୧୦ ହଜାର କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍‌ଏଫ୍‌ ମିଳିଛି । ୨ ହଜାର ୬୭୪ ପ୍ରାଥମିକ ସ୍କୁଲ କେନ୍ଦୁଝର ଜିଲ୍ଲାରେ ଅଛି । ଭିତ୍ତିଭୂମି ଅଭାବ ସତ୍ତ୍ବେ କେମିତି ଖୋଲା ଯାଉଛି 5T ସ୍କୁଲ ? ଖାଲି ରଙ୍ଗ ମାରିଦେଇ 5T ସ୍କୁଲ କହି ଦିଆଯାଉଛି । ରାଜ୍ୟରେ ଶିକ୍ଷାର ବିକଳ ଚିତ୍ର, ବହୁତ ତଳେ ଅଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୁର୍ଣ୍ଣ । ରାଜ୍ୟ ସରକାର ଏନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ ।" ନହେଲେ ବିଜେପି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର/କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.