ETV Bharat / state

ପ୍ରବାସୀ ଶ୍ରମିକଙ୍କ ଅନ୍ନଦାତା ସାଜିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା

କେନ୍ଦୁଝରଗଡ ପୌରପାଳିକାର ମା' ଭବ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବେରୋଜଗାର ଶ୍ରମିକ ମାନଙ୍କୁ ଦୈନିକ ଖାଦ୍ୟ ପୁଡିଆ ଯୋଗାଇ ଦେଉଛନ୍ତି । ଯାହାଦ୍ବାରା ମହିଳାଙ୍କୁ ମଧ୍ୟ ସ୍ବରୋଜଗାର ହେବାର ସୂଯୋଗ ପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jun 17, 2020, 8:22 PM IST

ପ୍ରବାସୀ ଶ୍ରମିକଙ୍କ ଅନ୍ନଦାତା ସାଜିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

କେନ୍ଦୁଝର: ସାରା ବିଶ୍ୱରେ କୋଭିଡ-୧୯ ତାର କାୟା ବିସ୍ତାର କରିଛି । ଏହି କୋରୋନାରୁ ନିଜକୁ ସାମୁହିକ ଭାବେ ରକ୍ଷା ପାଇବା ପାଇଁ ସବୁ ଦେଶ ଲକଡାଉନ ଘୋଷଣା କରିଛନ୍ତି । ଭାରତ ସରକାର ମଧ୍ୟ ଏହି କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାୟ କ୍ରମେ ଲକ ଡାଉନ ଘୋଷଣା କରିଛନ୍ତି । ଏହି ଲକ ଡାଉନ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇଛି। କାମ ଧନ୍ଦା ନପାଇ ବହୁ ଶ୍ରମିକ ନିଜ ରାଜ୍ୟକୁ ପଳାୟନ କରୁଛନ୍ତି । ସରକାରୀ ବ୍ୟବସ୍ଥା ହେଉ ବା ନିଜସ୍ୱ ବ୍ୟବସ୍ଥାରେ ।

ଏହି ପ୍ରବାସୀ ମାନେ ନିଜ ନିଜ ଘର ମୁହାଁ ହୋଇଥିବା ବେଳେ ଖାଦ୍ୟାଭାବ ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରବାସୀଙ୍କ ଖାଦ୍ୟାଭାବକୁ ନେଇ ବହୁ ବେସରକାରୀ ଅନୁଷ୍ଠାନ ଓ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସରକାରୀ ସ୍ଥରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ମାଧ୍ୟମରେ ଖାଧ୍ୟ ପୁଡ଼ିଆ ବଣ୍ଟନ କରାଯାଉଛି।

ଏଥି ମଧ୍ୟରେ କେନ୍ଦୁଝରଗଡ ପୌରପାଳିକାର ମା' ଭବ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବେରୋଜଗାର ଶ୍ରମିକ ମାନଙ୍କୁ ଦୈନିକ ଖାଦ୍ୟ ପୁଡିଆ ଯୋଗାଇ ଦେଉଛନ୍ତି । ଗୋଷ୍ଠୀରେ କାର୍ଯ୍ୟରତ ୧୦ ମହିଳା ପ୍ରତିଦିନ ସକାଳୁ ଭାତ, ଡାଲି, ତରକାରୀ ପ୍ରସ୍ତୁତ କରି ପୌରପାଳିକା ଗାଡ଼ିରେ ୱାର୍ଡ ଗୁଡିକରେ ଥିବା ଅଣ ପଞ୍ଜୀକୃତ ଶ୍ରମିକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ।

ମା' ଭବ ତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମୁଖ୍ୟତଃ ଟେଲରିଂ କାର୍ଯ୍ୟ କରିଥାଏ । ହେଲେ ଏହି ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱାବଲମ୍ବୀ ସହ ସ୍ୱରୋଜଗାରକ୍ଷମ କରିବାକୁ ପୌରପାଳିକା ପକ୍ଷରୁ ଏହି ଖାଦ୍ୟ ଯୋଗାଣ ଦାଇତ୍ତ୍ବ ଦିଆଯାଇଛି । ଏହି ଲକଡାଉନ ସମୟରେ ଗୋଷ୍ଠୀର ସଦସ୍ୟମାନେ 26 ହଜାରରୁ ଉର୍ଦ୍ଧ୍ବ ଖାଦ୍ୟ ପୁଡିଆ ପ୍ରସ୍ତୁତ କରିପାରିଛନ୍ତି ।

ଏହି ଲକ ଡାଉନରେ ନିଜକୁ ଦେଶର ସେନାନୀ ଭଳି ଲୋକଙ୍କ ସେବା କରିବା ପାଇଁ ସୁଯୋଗ ପାଇଥିବା ନେଇ ଗର୍ବ ଅନୁଭବ କରିଛନ୍ତି ଗୋଷ୍ଠୀର ସଦସ୍ୟମାନେ। କିଛି ଆଶା ନରଖି ଏହି ଗୋଷ୍ଠୀର ସଦସ୍ୟମାନେ ଅବିରତ କାର୍ଯ୍ୟ କରି ଚାଲିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.