ETV Bharat / state

ଏନଡ଼ିଏ ଓ ନାଭାଲ ପରୀକ୍ଷାର୍ଥୀଙ୍କ ପାଇଁ ଗଡିଲା ସ୍ୱତନ୍ତ୍ର ମେମୁ ଟ୍ରେନ - କେନ୍ଦୁଝର ଖବର

ଏନଡ଼ିଏ ଓ ନାଭାଲ ପରୀକ୍ଷାର୍ଥୀଙ୍କ ପାଇଁ କେନ୍ଦୁଝରରୁ ଗଡ଼ିଲା ସ୍ୱତନ୍ତ୍ର ମେମୁ ଟ୍ରେନ । ରବିବାର ଦିନ ହେବାକୁ ଥିବା ଏନଡ଼ିଏ ଓ ନାଭାଲ ପରୀକ୍ଷା ପାଇଁ ରେଳ ବିଭାଗ ତରଫରୁ କେନ୍ଦୁଝରରୁ ସ୍ୱତନ୍ତ୍ର ମେମୁ ଟ୍ରେନ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

ଏନଡ଼ିଏ ଓ ନାଭାଲ ପରୀକ୍ଷାର୍ଥୀଙ୍କ ପାଇଁ ଗଡିଲା ସ୍ୱତନ୍ତ୍ର ମେମୁ ଟ୍ରେନ

author img

By

Published : Sep 5, 2020, 8:31 PM IST

କେନ୍ଦୁଝର: ଏନଡ଼ିଏ ଓ ନାଭାଲ ପରୀକ୍ଷାର୍ଥୀଙ୍କ ପାଇଁ କେନ୍ଦୁଝରରୁ ଗଡ଼ିଲା ସ୍ୱତନ୍ତ୍ର ମେମୁ ଟ୍ରେନ । ରବିବାର ଦିନ ହେବାକୁ ଥିବା ଏନଡ଼ିଏ ଓ ନାଭାଲ ପରୀକ୍ଷା ପାଇଁ ରେଳ ବିଭାଗ ତରଫରୁ କେନ୍ଦୁଝରରୁ ସ୍ୱତନ୍ତ୍ର ମେମୁ ଟ୍ରେନ ବ୍ୟବସ୍ଥା କରାଯାଇଛି । ଯେଉଁ ପରୀକ୍ଷାର୍ଥୀ ମାନେ ନିଜସ୍ୱ ଅର୍ଥରେ ଗାଡି କରି ପରୀକ୍ଷା ଦେବାକୁ ଅସମର୍ଥ ଥିଲେ ସେମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ଟ୍ରେନଟି ସମସ୍ତ ଷ୍ଟେସନରେ ନରହି ନିର୍ଦ୍ଧିଷ୍ଟ କେତେକ ଷ୍ଟେସନରେ ରହିବ ବୋଲି ସୂଚନା ମିଳିଛି ।

ଏନଡ଼ିଏ ଓ ନାଭାଲ ପରୀକ୍ଷାର୍ଥୀଙ୍କ ପାଇଁ ଗଡିଲା ସ୍ୱତନ୍ତ୍ର ମେମୁ ଟ୍ରେନ

ରେଳ ବିଭାଗ କେନ୍ଦୁଝର ଡ଼ିଟିଆଇ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ସ୍ୱତନ୍ତ୍ର ମେମୁ ଟ୍ରେନଟି ଶନିବାର ସନ୍ଧ୍ୟା 5ଟାରେ କେନ୍ଦୁଝରଗଡ଼ ଷ୍ଟେସନରୁ ବାହାରି କେବଳ ହରିଚନ୍ଦନପୁର , ସୁକିନ୍ଦା, ଜଖପୁରା, ହରିଦାସପୁର, ଧାନମଣ୍ଡଳ ଓ କପିଳାସ ରୋଡ଼ରେ ରହିବା ପରେ କଟକ ଷ୍ଟେସନରେ ରାତ୍ରି 8.45ରେ ପହଞ୍ଚିବ । ରବିବାର ଉକ୍ତ ମେମୁ ଟ୍ରେନ କଟକ ଷ୍ଟେସନରୁ 6.45ରୁ ବାହାରି ରାତି 10.35ରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିବ । ଇଞ୍ଜିନକୁ ଛାଡି ଏହି ସ୍ୱତନ୍ତ୍ର ମେମୁ ଟ୍ରେନରେ ସମୁଦାୟ 9ଟି ବଗି ରହିବ ବୋଲି ସୂଚନା ମିଳିଛି ।

ତେବେ ସମସ୍ତ କୋଭିଡ ନିୟମ ଅନୁସାରେ ଏହି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟାପକ ପ୍ରଚାର ପ୍ରସାର ଅଭାବରୁ ଟ୍ରେନଟି ମାତ୍ର ଦୁଇ ଜଣ ଯାତ୍ରୀଙ୍କୁ ନେଇ କେନ୍ଦୁଝର ଷ୍ଟେସନ ଛାଡିଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.