ETV Bharat / state

ବିଲରେ ଗଡେଇ ବାପା ମା’ଙ୍କୁ ପୁଅ-ବୋହୂଙ୍କ ଆକ୍ରମଣ

ସାମାନ୍ୟ ସ୍ବାର୍ଥ ପାଇଁ ବୁଢା ବାପା ମା’ଙ୍କୁ ଗାଳିଗୁଲଜ କରିବା ସହ ବିଲରେ ଗଡେଇ ତଡେଇ ମାରିଛନ୍ତି ନୃଶଂସ ପୁଅ ଓ ବୋହୂ । ଘଟଣାଟି ହେଉଛି ଘଷିପୁରା ଥାନା ଧକୋଠା ପଞ୍ଚାୟତ କୁଣ୍ଡାକୋଟ ଗ୍ରାମର ।

author img

By

Published : Aug 4, 2019, 1:48 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ବଦଳୁଛି ସମୟ । ବଦଳୁଛି ବାପା ମା’ଙ୍କ ପ୍ରତି ପିଲାମାନଙ୍କ ଭାବନା । ସାମାନ୍ୟ ସ୍ବାର୍ଥ ପାଇଁ ବୁଢା ବାପା ମା’ଙ୍କୁ ଗାଳି ଗୁଲଜ କରିବା ସହ ବିଲରେ ଗଡେଇ ତଡେଇ ମାରିଛନ୍ତି ନୃଶଂସ ପୁଅ ଓ ବୋହୂ । ଘଟଣାଟି ହେଉଛି ଘଷିପୁରା ଥାନା ଧକୋଠା ପଞ୍ଚାୟତ କୁଣ୍ଡାକୋଟ ଗ୍ରାମର ।

ସୂଚନା ଅନୁଯାୟୀ ଗ୍ରାମର ନାରାୟଣ ଖିଲାର(75) ଓ ପତ୍ନୀ ସତ୍ୟଭାମା ରବିବାର ବିଲରେ ତଳି ରୋଉବାକୁ ଯାଇଥିଲେ । ହେଲେ ସାମାନ୍ୟ ସ୍ବାର୍ଥରୁ ପୁଅ ଅକ୍ଷୟ ଓ ବୋହୂ ଡଲି ସେହି ସମୟରେ ବିଲରେ ପହଞ୍ଚି ବାପା ମା’ଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ । ହେଲେ ବାପା ମା’ ଏହାକୁ ପ୍ରତିବାଦ କରିବାରୁ ଆରମ୍ଭ ହୋଇଥିଲା ଅତ୍ୟାଚାର । ବିଲରେ ଗଡେଇ ତଡେଇ ବାପା ମା’ଙ୍କୁ ମାରିଥିଲେ ଉଭୟ ପୁଅ ଓ ବୋହୂ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

କେବଳ ସେତିକି ନୁହେଁ, ବିଲରେ କାଦୁଅ ପକାଇବା ସହ ନାରାୟଣଙ୍କ ଛାତି ଉପରେ ଛିଡା ହୋଇଯାଇଥିଲା ପୁଅ ଅକ୍ଷୟ । ତେବେ ଉଭୟ ବାପା ମା’ଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ପରେ ଏସମ୍ପର୍କରେ ଘଷିପୁରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ବାପା ମା ,ଙ୍କୁ ବିଲରେ ଗଡେଇ ତଦେଇ ପିଟିଲେ ପୁଅ ବୋହୂ ,ସାମାନ୍ୟ ସ୍ୱାର୍ଥ ପାଇଁ ଜନ୍ମ କଲା ପୁଅ ରକ୍ତ ସମ୍ପର୍କରେ ଲଗାଇଛି କଳଙ୍କ ।ଏଭଳି ଅଭାବନୀୟ ଘଟଣା ଘଟିଛି ଘଷିପୁରା ଥାନା ଧକୋଠା ପଞ୍ଚାୟତ କୁଣ୍ଡାକୋଟ ଗ୍ରାମରେ ।ଏ ନେଇ ଘଷିପୁରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।ସୂଚନା ଅନୁସାରେ ,କୁଣ୍ଡାକୋଟ ଗ୍ରାମର ନାରାୟଣ ଖିଲାର (୭୫) ,ତାଙ୍କ ପତ୍ନୀ ସତ୍ୟଭମା ତଳି ରୋଇବା ପାଇଁ ବିଲକୁ ଯାଇଥିଲେ ।ତାଙ୍କ ପୁଅ ଅକ୍ଷୟ ଓ ବୋହୁ ଡ଼ଲି ବିଲରେ ପହଞ୍ଚି ଉଭୟଙ୍କୁ ଗାଳି ଗୁଲଜ କଲେ ବାପା ମା ପ୍ରତିବାଦ କରିବାରୁ ବିଲରେ ଗଡେଇ ତଡେଇ ପିଟିଲେ ପରେ ଧାନ ବିଲ କାଦୁଅରେ ପକାଇ ନାରାୟଣଙ୍କ ଛାତି ଉପରେ ଚଢ଼ି ଯାଇଥିଲେ ବୁଢ଼ା ବୁଢ଼ୀ ଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଧାର କରିଥିଲେ ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.