ଆନନ୍ଦପୁର: ଜିଲ୍ଲାରେ ଜାରି ରହିଛି ବାତ୍ୟା ୟସର ପ୍ରଭାବ । ଏହା ଫଳରେ ବିଭିନ୍ନ ସ୍ଥାନରେ ଗତକାଲି(ମଙ୍ଗଳବାର) ଠାରୁ ବର୍ଷା ସହ ପବନ ଲାଗି ରହିଛି ।
ବିଭିନ୍ନ ସ୍ଥାନରେ ପବନ ଯୋଗୁଁ ଗଛ ଭାଙ୍ଗି ପଡ଼ିଥିବା ଖବର ମିଳିଛି । ଏନେଇ ଘସିପୁରା ବ୍ଳକ ଯୁଗଲକିଶୋର୍ ପୁର ପ୍ରାଥମିକ ବିଦ୍ୟାଳୟରେ ପାଖାପାଖି ୩୦୦ ରୁ ଊର୍ଦ୍ଧ୍ବ ଲୋକ ଆଶ୍ରୟ ନେଇଛନ୍ତି । ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଚୁଡ଼ା, ବିସ୍କୁଟ ଓ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ସାମଗ୍ରୀ ଆଚ୍ଛା ସଙ୍ଗଠନ ପକ୍ଷରୁ ଯୋଗାଇ ଦିଆଯାଇଛି । ଏଥିରେ ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ବୀରଗୋବିନ୍ଦପୁର ଗ୍ରାମର ବିପିନି ବିହାରୀ ମିଶ୍ର, ପ୍ରଦୀପ କୁମାର ପତି ଓ ନଟବର ମାଝୀ ପହଞ୍ଚାଇଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ