ETV Bharat / state

ଜଙ୍ଗଲରେ ବୁଲୁଛି ଅସୁସ୍ଥ ହାତୀ ଛୁଆ, ନଜର ରଖିଛି ଥର୍ମାଲ ଡ୍ରୋନ କ୍ୟାମେରା

author img

By ETV Bharat Odisha Team

Published : Nov 14, 2023, 3:26 PM IST

ଜଙ୍ଗଲରେ ହାତୀକୁ ଜଗିଛି ଥର୍ମାଲ ଡ୍ରୋନ କ୍ୟାମେରା । ଅସୁସ୍ଥ ହାତୀ ଛୁଆର ଚିକିତ୍ସା ପାଇଁ ଉଦ୍ୟମ ଜାରି । ଅଧିକ ପଢ଼ନ୍ତୁ

Etv Bharat
Etv Bharat
Baby elephant injured

କେନ୍ଦୁଝର: କେନ୍ଦୁଝର ବନଖଣ୍ଡରେ ବୁଲୁଛନ୍ତି ଏକ ହାତୀ ପଲ । ହାତୀ ପଲ ଉପରେ ନଜର ରଖିଛି ଥର୍ମାଲ ଡ୍ରୋନ୍‌ । ହାତୀ ପଲ ମଧ୍ୟରେ ଏକ ଏକ ଛୁଆ ହାତୀ ରହିଛି । ଯାହାର ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଚିକିତ୍ସା କରିବା ପାଇଁ ଉଦ୍ୟମ ଜାରି ରହିଛି । ଛୁଆହାତୀକୁ ପଲରୁ ଅଲଗା କରି ଚିକିତ୍ସା କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ଥର୍ମାଲ ଡ୍ରୋନରେ ଉତ୍ତୋଳନ ହୋଇଥିବା ଭିଡିଓକୁ ଜାରି କରିଛି ଜଙ୍ଗଲ ବିଭାଗ । ହାତୀ ଛୁଆଟିର ବୟସ ପାଖପାଖି ୬ ମାସ ହେବ ବୋଲି ଜଣାପଡିଛି । ଆଖପାଖ ଜଙ୍ଗଲରେ ବୁଲିବା ପରେ ଆଜି ହାତୀଟି ମଇଦାନକେଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବାର ବନ ବିଭାଗ ସୂଚନା ପାଇଛି ।

ବନ ବିଭାଗ ସୂଚନା ଅନୁଯାୟୀ, ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଗତ କିଛିଦିନ ଧରି ଏକ ୧୨ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି । ଏହି ହାତୀପଲରେ ଏକ ୬ ମାସର ହାତୀ ଛୁଆଟି ଅଛି । ଗତ ୧୦ ତାରିଖରେ ହାତୀସ୍କ୍ବାର୍ଡ ଏହି ହାତୀପଲକୁ ଅନୁସରଣ କରିବା ବେଳେ ଛୁଆ ହାତୀଟି ଛୋଟେଇ ଛୋଟେଇ ଚାଲୁଥିବାର ଦେଖିବାକୁ ପାଇଥିଲେ । ତାର ଆଗ ଡାହାଣ ପଟ ଗୋଡ଼ ଫୁଲିଥିବା ବନ ବିଭାଗ ଦେଖିବାକୁ ପାଇଥିଲା । ଦୁଇଦିନ ପୂର୍ବେ ଏହି ହାତୀ ପଲ ଘଞ୍ଚ ଜଙ୍ଗଲକୁ ଚାଲିଯାଇଥବା ବେଳେ ଗତକାଲି ପୁଣି ଆମ୍ବୁଆପାଶି ନିକଟରେ ହାତୀପଲରୁ ଏହି ହାତୀ ଛୁଆ ଅଲଗା ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Elephant Dies in Athagarh: ସଙ୍କଟରେ ଗଜରାଜ, ଆଠଗଡ଼ ବନଖଣ୍ଡରେ ଆଉ ଏକ ଦନ୍ତାର ମୃତ୍ୟୁ

ଏ ସମ୍ପର୍କରେ ବନ ବିଭାଗ ଖବର ପାଇ ଡିଏଫଓ ଧନରାଜ ଏଚଡି, ଏସିଏଫ୍ ଅଶୋକ ଦାସ ସଦର ରେଞ୍ଜ ଦାୟିତ୍ୱରେ ଥିବା ଏସିଏଫ୍ ପ୍ରଭା କୁଅଁରଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିଲେ । କିନ୍ତୁ ସେତେବେଳକୁ ଏହି ହାତୀପଲ ଉକ୍ତ ଛୁଆ ହାତୀକୁ ଘଉଡେଇ ନଇ ଘଞ୍ଚ ଜଙ୍ଗଲକୁ ନେଇଯାଇଥିଲେ । ତେବେ ଦିନ ତମାମ ଏହି ଅସୁସ୍ଥ ହାତୀ ଛୁଆକୁ ନିଜ ହେପାଜତକୁ ନେଇ ଚିକିତ୍ସା କରିବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ତେବେ ଏହି ହାତୀ ପଲ ନିକଟରେ ବନ ବିଭାଗର ସ୍କ୍ବାଡ୍‌ ଉପସ୍ଥିତ ଅଛି । ବନ ବିଭାଗ ପକ୍ଷରୁ ଥର୍ମାଲ ଡ୍ରୋନ୍‌ ସାହାଯ୍ୟରେ ନଜର ରଖାଯାଇଛି । ଛୁଆ ହାତୀକୁ ପଲରୁ ଅଲଗା କରି ଚିକିତ୍ସା କରିବା ପାଇଁ ଉଦ୍ୟମ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.