ETV Bharat / state

ଅର୍ଥ ଲଗାଣ ସଂସ୍ଥାଙ୍କ ଜୁଲମ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମହିଳା - କେନ୍ଦୁଝର ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ବିଭିନ୍ନ ଅର୍ଥ ଲଗାଣ କାରୀ ସଂସ୍ଥାଙ୍କ ଜୁଲୁମ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଶହଶହ ମହିଳା ।

ଅର୍ଥ ଲଗାଣ ସଂସ୍ଥାଙ୍କ ଜୁଲମ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମହିଳା

author img

By

Published : Jun 24, 2020, 7:16 PM IST

କେନ୍ଦୁଝର: ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ଦ୍ଵାରା ଋଣ ନେଇଥିବା ବିଭିନ୍ନ ଗ୍ରୁପର ମହିଳାଙ୍କ ଠାରୁ ଜବରଦସ୍ତ ଟଙ୍କା ଆଦାୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କୋରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ବ । ଏଥିରୁ ବାଦ ପଡିନି ଭାରତ। ଏହିପରି ସମୟରେ ଭାରତ ସରକାରଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ସରକାର ଲକଡାଉନ ଓ ସଟଡାଉନ ପରି କଡା ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅର୍ଥ ଲଗାଣ ସଂସ୍ଥାଙ୍କ ଜୁଲମ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମହିଳା

ଯାହାଫଳରେ ଗରିବ ଲୋକଙ୍କର କାମଧନ୍ଦା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏପରି ସ୍ଥଳରେ ଜୁନ ୩୦ ଯାଏଁ କୌଣସି ଅର୍ଥ ଲଗାଣକାରୀ ସଂସ୍ଥାମାନେ ଅର୍ଥ ଆଦାୟ ନକରିବାକୁ ଦେଶର ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ହେଲେ ସରକାରଙ୍କ ନିୟମକୁ ଖାତିର ନକରି ଲୋକଙ୍କ ଉପରେ ଜୁଲୁମ କରୁଛନ୍ତି ଅର୍ଥ ଲଗାଣକାରୀ ସଂସ୍ଥା । କେନ୍ଦୁଝର ଝୁମ୍ପୁରା ବ୍ଲକର ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତର ବିଭିନ୍ନ ଗ୍ରୁପ କରି ବେସରକାରୀ ଅନୁଷ୍ଠାନ ଗୁଡିକରୁ ଲୋନ ନେଇଥିଲେ ।

ଏହି ଅର୍ଥ ଲଗାଣକାରୀ ସଂସ୍ଥା ଜୟ ଲକ୍ଷ୍ମୀ, ଆରୋହଣ, ଏସକେଏସ, ବନ୍ଧନ, ସ୍ପନ୍ଦନା, କେଜିଏଫଏସ, ଉତ୍କର୍ଷ, ଆଶୀର୍ବାଦ ପରି ସଂସ୍ଥାଙ୍କ ପକ୍ଷରୁ ବିଭିନ୍ନ ଗ୍ରୁପର ମହିଳାଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏହା ସହିତ ଟଙ୍କା ନ ଦେଲେ ସୁଧ ସହ ଚକ୍ରବୃଦ୍ଧି ସୁଧ ଓ ତାପରେ ଓଡି କରିଦେବା ପାଇଁ ଧମକ ଦେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ବିଭିନ୍ନ ଗ୍ରୁପରୁ ଆସିଥିବା ମହିଳାମାନେ ଲକଡାଉନରେ କାମଧନ୍ଦା ହରାଇଛନ୍ତି । ଫଳରେ ଆଉ 6 ମାସ ସମୟ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ପ୍ରଶାସନ ଯଦି ନ ଶୁଣେ ସେମାନେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ମହିଳା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.