ETV Bharat / state

ମଶା ଧୂଆଁରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ, ଜଣେ ଗୁରୁତର - କେନ୍ଦୁଝର ମଶା ଧୂଆଁ ମୃତ୍ୟୁ

Mosquito Killer Smoke Kills One: ମଶା ଧୂଆଁରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ । ଆଉ ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Dec 17, 2023, 10:27 AM IST

Updated : Dec 17, 2023, 1:47 PM IST

ମଶା ଧୂଆଁରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

କେନ୍ଦୁଝର: ମଶା ଧୂଆଁ ନେଲା ଜୀବନ । ରାତିରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶା ଧୂଆଁ ଲଗାଇ ଶୋଇଥିଲେ । ହେଲେ ଧୂଆଁରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରରେ । ମଶା ଧୂଆଁରେ ଅଣନିଶ୍ବାସୀ ହୋଇ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ହରିଚନ୍ଦନପୁର ବ୍ଲକ କୁମାରନାଳୀ ଗ୍ରାମର ସହଦେବ ମହାନ୍ତ । ଗୁରୁତର ଜଣକ ବାରିଆ ଥାନା ବର୍ଦ୍ଧନା ଗ୍ରାମର ସୁରେନ୍ଦ୍ର ମାଝୀ । ସେ ଜଣେ ଡ୍ରାଇଭର ହୋଇଥିବା ବେଳେ ସହଦେବଙ୍କ ସହ ଏକାଠି ଶୋଇଥିଲେ ।

ସୂଚନା ଅନୁସାରେ, କେନ୍ଦୁଝର ସହରରେ ସ୍ଥିତ ଏକ ଘରୋଇ କମ୍ପାନୀ କାର୍ଯ୍ୟାଳୟରେ ସୁରକ୍ଷାକର୍ମୀ ଭାବେ ସହଦେବ ମହାନ୍ତ କାର୍ଯ୍ୟରତ ଥିଲେ । ଶୁକ୍ରବାର ରାତିରେ ସହଦେବ ଓ କାର୍ ଚାଳକ ସୁରେନ୍ଦ୍ର ଏକାଠି କମ୍ପାନୀ କାର୍ଯ୍ୟାଳୟର ଗୋଟିଏ ରୁମରେ ଶୋଇଥିଲେ । ସେମାନେ ରାତିରେ ମଶା କାମୁଡାରୁ ବର୍ତ୍ତିବାକୁ ୨ଟି ମଶା ଧୂଆଁ ଷ୍ଟିକ୍‌ ଲଗାଇ କବାଟ ଝରକା ବନ୍ଦ କରି ଶୋଇ ପଡ଼ିଥିଲେ । ଫଳରେ ଧୂଆଁ ଯୋଗୁଁ ଅଣନିଶ୍ବାସୀ ହୋଇ ସହଦେବଙ୍କ ମୃତ୍ୟୁ ହୋଇଥିଲା । ସୁରେନ୍ଦ୍ରଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିଲା । ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସହଦେବଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବିଷାକ୍ତ ଧୂଆଁ ନିଶ୍ବାସରେ ନେବା କାରଣରୁ ଏହି ଅଘଟଣ ଘଟିଥିବା ଡାକ୍ତର ଅନୁମାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜୀବନ ନେଲା କୋଇଲା ଧୂଆଁ, ଶ୍ବାସରୁଦ୍ଧ ହେବାରୁ ଗୋଟିଏ ପରିବାରର 4 ମୃତ

ଏହା ମଧ୍ୟ ପଢନ୍ତୁ: ସମ୍ପର୍କୀୟଙ୍କ ମୃତ୍ୟୁ ପରେ କୋକେଇ କାନ୍ଧେଇବାକୁ ଯାଉଥିଲେ ଶ୍ୱଶୁର-ଜ୍ବାଇଁ, ଚାପିଦେଲା ଟ୍ରକ

ସୁରେନ୍ଦ୍ର ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ମୃତକଙ୍କ ପୋଷ୍ଟମଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ଏନେଇ ଟାଉନ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ମଶା ଧୂଆଁରେ ଜୀବନ ଚାଲିଯିବା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ: ରାଉରକେଲା ସ୍ବତନ୍ତ୍ର ଜେଲରେ କଏଦୀ ମୃତ, କାରଣ ଅସ୍ପଷ୍ଟ

ଇଟିଭି ଭାରତ, କେନ୍ଦୁଝର

Last Updated : Dec 17, 2023, 1:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.