କେନ୍ଦୁଝର: ସରକାର ଅନଲକ ୨ ଘୋଷଣା କଲା ପରେ ମଜିଲ୍ଲାକୁ ଜୋନ ୧ରେ ସ୍ଥାନୀତ କରିଛନ୍ତି । ଏହା ସହ କୋରୋନା ସଂକ୍ରମଣ ରୋକିବାକୁ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । ଏହି ସଟଡାଉନକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଦିନରେ ପୌରପାଳିକା ପାଳିକା ପକ୍ଷରୁ ସହରରେ ମାସ୍କର ବ୍ୟବହାର ଓ ସାମାଜିକ ଦୂରତ୍ବକୁ ନେଇ ବ୍ୟାପକ ଚେକିଂ କରାଯାଇଥିଲା । ସେହିପରି ସନ୍ଧ୍ୟାରେ ସହରର ପ୍ରତିଛକରେ ପୋଲିସ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି । ରାସ୍ତାରେ ଯାଉଥିବାବେଳେ ମାସ୍କ ପିନ୍ଧିନଥିବା ସମସ୍ତ ଆରୋହୀଙ୍କ ଠାରୁ ଫାଇନ ଆଦାୟ ସହ ସଚେତନ କରିଛି ପ୍ରଶାସନ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ