ETV Bharat / state

ଅସହାୟ ପରିବାରକୁ ସାହା ହେଲା ଶୈଳବାଳା ଫାଉଣ୍ଡେସନ - ଶୈଳବାଳା ଫାଇଣ୍ଡେସନ

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବନ୍ତଳା ଗାଁରେ ଜଣେ ଗରିବ ପରିବାରକୁ ସାହାଯ୍ୟର ହାତ ବଢାଇଛି ଶୈଳବାଳା ଫାଉଣ୍ଡେସନ । ଅଧିକ ପଢନ୍ତୁ...

ଗରିବ ପରିବାରକୁ ସାହାଯ୍ୟ କଲା ଶୈଳବାଳା ଫାଇଣ୍ଡେସନ

author img

By

Published : Dec 18, 2020, 7:29 AM IST

Updated : Dec 18, 2020, 7:40 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତ ବନ୍ତଳା ଗାଁରେ ଜଣେ ଗରିବ ପରିବାରକୁ ସାହାଯ୍ୟର ହାତ ବଢାଇଛି ଶୈଳବାଳା ଫାଉଣ୍ଡେସନ । ଫାଉଣ୍ଡେସନର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ସୂଚନାଅନୁସାରେ, ବନ୍ତଳା ଗ୍ରାମର ସରୋଜିନ ସାହୁଙ୍କ ସ୍ବାମୀ ବିଦେଶୀ ସାହୁ ଦୃଷ୍ଟିହୀନ ଅଟନ୍ତି । ସରୋଜିନୀ ପରିବାର ଚଳେଇବାକୁ ତେଳଭାଜି କରନ୍ତି । ସ୍ବାମୀ ତାହାକୁ ଗାଁ ଗାଁ ବୁଲି ବାଣ୍ଟନ୍ତି । ସେଇଥିରୁ ଯେତିକି ରୋଜଗାର ହୁଏ ସେଥିରେ ପରିବାର ଚାଲେ । ତାଙ୍କର ଗୋଟିଏ ଝିଅ କଲେଜରେ ପାଠ ପଢୁଛି । ତେବେ ସେ ତେଲଭାଜିରୁ ଯେତିକି ରୋଜଗାର ହେଉଛି ସେଥିରୁ ପରିବାର ପାଇଁ ଦି ମୁଠା ଖାଇବାକୁ ତ ମିଳୁଛି ହେଲେ କଷ୍ଟରେ ।

ଗରିବ ପରିବାରକୁ ସାହାଯ୍ୟ କଲା ଶୈଳବାଳା ଫାଇଣ୍ଡେସନ

ପରିବାରର ଏପରି ଅବସ୍ଥା ସମ୍ବନ୍ଧରେ ଜଣିବାପରେ ତାଙ୍କୁ ସାହାଯ୍ୟର ହାତ ବଢାଇଛି ଶୈଳବାଳା ଫାଉଣ୍ଡେସନ । ପରିବାର ଭରଣ ପୋଷଣ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ଶୈଳବାଳା ଫାଉଣ୍ଡେସସନ । ସରୋଜିନୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଏକ ଦୋକାନ କରାଇ ସମସ୍ତ ଆନୁଷଙ୍ଗିକ ସାଜ ସରଞ୍ଜାମ ଯୋଗାଇ ଦିଆଯାଇଛି। ଏହା ଦ୍ବାରା ତାଙ୍କର ଦୃଷ୍ଟିହୀନ ସ୍ବାମୀ ଗାଁ ଗାଁ ନ ବୁଲି ଦୋକାନ ଚଳାଇ ଯାହା ଦି ପଇସା ବାହାରିଲା ସେଇଠୁ ଭରଣ ପୋଷଣ ହୋଇପାରିବ । ତେବେ ତାଙ୍କୁ ସାହାଯ୍ୟ କରିଥିବାରୁ ସେ ଫାଉଣ୍ଡେସନ୍‌ର ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆନନ୍ଦପୁରୁରୁ ସ୍ମୁତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Dec 18, 2020, 7:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.