କେନ୍ଦୁଝର: ଜବରଦଖଲ ଉଠାଇବା ଦାବିରେ ରାସ୍ତାରୋକ ଓ ପଞ୍ଚାୟତ ଅଫିସ ସାମ୍ନାରେ ବିକ୍ଷୋଭ । କେନ୍ଦୁଝର ସଦରବ୍ଲକ ମଣ୍ଡୁଆ ଗ୍ରାମ ପଞ୍ଚାୟତ ନିକଟରେ ଦୀର୍ଘଦିନ ହେବ ଜଣେ ବ୍ୟକ୍ତି ଆମ୍ବ ତୋଟା ଠାରେ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ଆଜିକୁ ୭ ବର୍ଷ ହେବ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । ଫଳରେ ଆଜି ମଣ୍ଡୁଆ ଗ୍ରାମବାସୀ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।
ଏହା ସହ ମାଣ୍ଡୁଆ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । ଟାଉନ ପୋଲିସ ପହଞ୍ଚି ବୁଝା ସୁଝାପରେ ରାସ୍ତା ଅବରୋଧ ହଟିଥିଲା । ଆଗାମୀ ଚାରି ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପୋଲିସ ପକ୍ଷରୁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦିଆଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ