ETV Bharat / state

କୁହୁଡି ସାଜିଲା କାଳ, କ୍ଷୀର ଗାଡିକୁ ପିଟିଲା କୋଇଲା ଟ୍ରକ

author img

By

Published : Oct 14, 2019, 8:37 AM IST

Updated : Oct 14, 2019, 2:05 PM IST

ପାହାନ୍ତିଆ କୁହୁଡି ହେଲା କାଳ । କେନ୍ଦୁଝର ରିମୂଳି ଥାନା ରଙ୍ଗାମାଟିଆରେ କ୍ଷୀର ଗାଡିକୁ ପିଟିଲା କୋଇଲା ଟ୍ରକ । ଦୁଇ ଗୁରୁତର ଆହତ । ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ।

ଡିଜାଇନ ଫଟୋ

କେନ୍ଦୁଝର: ଶୀତ ଦିନର ଆଦ୍ୟାରମ୍ଭରେ ସଡକ ଦୁର୍ଘଟଣା । ସକାଳୁଆ କୁହୁଡି ସାଜିଲା କାଳ । କେନ୍ଦୁଝର ରିମୂଳି ଥାନା ରଙ୍ଗାମାଟିଆରେ କ୍ଷୀର ଗାଡିକୁ ପିଟିଲା କୋଇଲା ଟ୍ରକ । ଦୁଇ ଗୁରୁତର ଆହତ । ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

20 ନମ୍ବର ଜାତୀୟ ରାଜପଥରେ ଗୋଟିଏ କ୍ଷୀର ବୋଝେଇ ମିନି ଟ୍ରକ ଛିଡା ହୋଇଥିବାବେଳେ ପଛରୁ କୋଇଲା ବୋଝେଇ ଟ୍ରକ ଜୋରରେ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାଟି ଏପରି ଥିଲା ଯେ କ୍ଷୀର ଗାଡିଟି କିଛି ଦୂରକୁ ଛିଟିକି ପଡିଥିଲା । ଫଳରେ କ୍ଷୀର ଗାଡି ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି ।

ଦୁର୍ଘଟଣା ପରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେହିପରି ଟାଉନ ଥାନା ଧୁରପଦା ଗ୍ରାମ ନିକଟରେ ଡ୍ରମ୍ଫର-ବାଇକ୍‌ ଧକ୍କା ହୋଇଛି । ଡ୍ରମ୍ଫର ଭିତରେ ବାଇକ୍‌ ପଶିଯିବାରୁ ବାଇକରେ ଥିବା 3 ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଦୁଗ୍ଧ ବାହି ଟ୍ରକକୁ ପଛରୁ କୁଟିଲା କୋଇଲା ବୋଝେଇ ଟ୍ରକ, ୨ ଗୁରୁତରBody:ଆଙ୍କର-ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣା ଘଟିଛି ରିମୂଳି ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଠାରେ । ଉକ୍ତ ସ୍ଥାନରେ ୨୦ ନଂ ଜାତୀୟ ରାଜପଥ ରେ ଏକ ଦୁଗ୍ଧ ବୋଝେଇ ମିନି ଟ୍ରକ ଦୁଗ୍ଧ ଓହ୍ଲାଉ ଥିବା ବେଳେ ପଛରୁ ଏକ କୋଇଲା ବୋଝେଇ ଟ୍ରକ ଜୋରରେ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ଦୁଗ୍ଧ ବୋଝେଇ ଟ୍ରକ ଟି କିଛି ଦୂର କୁ ଛିଟିକି ପଡିଥିଲା । ଏହି ଦୁର୍ଘଟଣା ଫଳରେ ଦୁଗ୍ଧ ବାହି ମିନି ଟ୍ରକ ର ଡ୍ରାଇଭର ଓ ହେଲପର ଗୁରୁତର ହୋଇ ଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତିConclusion:
Last Updated : Oct 14, 2019, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.