ETV Bharat / state

ହାଇୱା ସହ ଇନୋଭା ମୁହାଁମୁହିଁ ଧକ୍କା, ୧ ମୃତ ୭ ଗୁରୁତର

କେନ୍ଦୁଝରର ଜାତୀୟ ରାଜପଥ 520 ରେ ହାଇୱା ସହ ଇନୋଭା ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ଇନୋଭା ଗାଡ଼ି ଭିତରେ ଚାପିହୋଇ ଡ୍ରାଇଭର ମୃତ୍ୟୁ ହୋଇଥିବାବେଳେ 7ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 1, 2020, 3:16 PM IST

road-accident-in-kendujar-1-death-7-injured
ହାଇଭା ସହ ଇନୋଭା ମୁହାଁମୁହିଁ ଧକ୍କା, ୧ ମୃତ ୭ ଗୁରୁତର

କେନ୍ଦୁଝର: ଏନଏଚ ୫୨୦ ନାରଦପୁର ନିକଟରେ ଭୟାବହ ସଡ଼କ ଦୁର୍ଘଟଣା ହୋଇଛି । ହାଇୱା ସହ ଇନୋଭା ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ଇନୋଭା ଗାଡ଼ି ଭିତରେ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ 7ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ,ଯୋଡ଼ା ଅଞ୍ଚଳରୁ ଇନୋଭା ଗାଡ଼ିଟି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇଭା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଇନୋଭା ଗାଡ଼ି ଭିତରେ ଚାପିହୋଇ ଡ୍ରାଇଭର ପ୍ରାଣ ହରାଇ ଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଯୋଡ଼ା ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସେପଟେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଇନୋଭାରେ ଚାପି ହୋଇ ରହିଥିବା ଡ୍ରାଇଭରର ମୃତଦେହକୁ ଉଦ୍ଧାର କରିଥିଲେ । ଆହତ ମାନେ ଯୋଡ଼ା ଓ ଗୁଆଲି ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.