ETV Bharat / state

ଧର୍ମ ପରିବର୍ତ୍ତିତଙ୍କୁ ଜନଜାତି ତାଲିକାରୁ ବାଦ ଦେବାକୁ ଦାବି - sc surkhya mancha religious conversion protest

ଦିନକୁ ଦିନ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ଧର୍ମାନ୍ତରୀକରଣ ପକ୍ରିୟା ଜୋର ଧରିଛି । ଏଣୁ ଯେଉଁ ଆଦିବାସୀମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତାଲିକାରୁ ବାଦ ଦେବାକୁ ଜନଜାତି ସୁରକ୍ଷା ମଞ୍ଚ ଦାବି କରିଛି । ଅଧିକ ପଢନ୍ତୁ...

ଧର୍ମ ପରିବର୍ତ୍ତିତଙ୍କୁ ଜନଜାତି ତାଲିକାରୁ ବାଦ ଦେବାକୁ ଦାବି

author img

By

Published : Nov 6, 2020, 5:00 PM IST

କେନ୍ଦୁଝର: ଦିନକୁ ଦିନ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ଧର୍ମାନ୍ତରୀକରଣ ପକ୍ରିୟା ଜୋର ଧରିଛି । ଏହି ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ବିଶେଷ କରି ଜନଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କୁ ଲୋଭ ଦେଖାଇ ଧର୍ମାନ୍ତରୀକରଣ କରାଯାଉଥିବା ଅଭିଯୋଗ ହୋଇଛି ।

ଯେଉଁ ଆଦିବାସୀମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନେ ଆଦିବାସୀ ସହ ସଂଖ୍ୟାଲଘୁ ସମ୍ପ୍ରଦାୟର କୋଟା ବ୍ୟବହାର କରି ସରକାରୀ ସୁବିଧା ନେଉଛନ୍ତି । ଯାହା ଫଳରେ ସାଧାରଣ ଗରିବ ଆଦିବାସୀ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଜନଜାତି ସୁରକ୍ଷା ମଞ୍ଚ ଅଭିଯୋଗ କରିଛି ।

ଧର୍ମ ପରିବର୍ତ୍ତିତଙ୍କୁ ଜନଜାତି ତାଲିକାରୁ ବାଦ ଦେବାକୁ ଦାବି

ଯେଉଁ ଆଦିବାସୀମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତାଲିକାରୁ ବାଦ ଦେବାକୁ ଜନଜାତି ସୁରକ୍ଷା ମଞ୍ଚ ଦାବି କରିଛି । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି କରିଛି ମଞ୍ଚ । ଏହି ଦାବିକୁ ସରକାର ନମାନିଲେ ଆଗାମୀ ଦିନରେ ଆଦିବାସୀମାନେ ନିଜ ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.