ETV Bharat / state

ଭଲ ହେଉନି ଗୋଡ ଘା, ପାଠରେ ପଡିଛି ବେଡି

ଟଙ୍କା ଅଭାବରୁ ରୋଗରେ ପୀଡିତ ପାଠୁଆ ପୁଅ । ସହାୟତା ଅପେକ୍ଷାରେ ପରିବାର । ପାଠପଢା ବୟସରେ ଗୋଡରେ ଘା’ ପାଇଁ କଷ୍ଟରେ ଦିନ କାଟୁଛି ରଞ୍ଜନ । ଜାଣନ୍ତୁ ପୁରା କାହାଣୀ...

ଡିଜାଇନ ଫଟୋ
author img

By

Published : Nov 20, 2019, 8:18 PM IST

Updated : Nov 21, 2019, 10:25 AM IST

ଆନନ୍ଦପୁର: ଘରେ ବସିରହିଛି ପାଠ ପଢୁଆ ପୁଅ । ପାଠ ପଢ଼ାରେ ବେଡି ପକାଇଛି ଗୋଡ଼ର ଘା’ । ଚଲା ବୁଲା କରିପାରୁନି । ଟଙ୍କା ଅଭାବରୁ ପୁଅକୁ ଭଲ କରିପାରୁନି ବାପା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବେଲଦା ଗାଁର ରମେଶ ଓଝା । ତିନି ପ୍ରାଣୀ ଙ୍କୁ ନେଇ ତାଙ୍କ ପରିବାର । ଦିନ ମଜୁରିଆ ହେଇଥିବାରୁ ଯେଉଁଦିନ କାମ ବନ୍ଦ ସେ ଦିନ ତାଙ୍କ ଚୁଲି ଜଳେ ନାହିଁ । ଏମିତି ଅବସ୍ଥାରେ ତାଙ୍କ ପୁଅ ରଞ୍ଜନର ଗୋଡ଼ ରୋଗ (ଘା) ହୋଇଥିବାରୁ ତାର ଚିକିତ୍ସା ପାଇଁ ଜମିବାଡ଼ି ସହିତ ବେଲା କଂସା ସବୁ ବିକ୍ରି ଦେଇଛନ୍ତି । ହେଲେ କିଛି ଲାଭ ହେଲା ନାହିଁ । ଅଧିକ ଚିକିତ୍ସା ପାଇଁ ତାଙ୍କ ପାଖରେ ନାହିଁ ସମ୍ବଳ । ପୁଅର ଏହି ଅସହାୟ ଅବସ୍ଥାରେ ଭାଙ୍ଗି ପଡିଛନ୍ତି ପରିବାର । ତେବେ ପୁଅକୁ ଭଲ କରିବାକୁ ସରକାରୀ ସହାୟତା ଅପେକ୍ଷାରେ ପରିବାର ।

ପ୍ରକାଶ ଯେ, ଛୁଆ ବେଳରୁ ରଞ୍ଜନ ଗୋଡ଼ରେ ମାଂସ ପେଣ୍ଡୁଳା ବାହାରିଥିଲା । ତେବେ ୬ବର୍ଷ ହେବ ଘା’ ହେବାରୁ ବିଛଣାରେ ପଡିରହିଛି ରଞ୍ଜନ । ତେବେ ଏବିଷୟରେ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ତୁରନ୍ତ ସରକାର ରଞ୍ଜନକୁ ସହାୟତାର ହାତ ବଢ଼ାଇବା ପାଇଁ ସାଧାରଣରେ ଦାବି ହେଉଛି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Nov 21, 2019, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.