ETV Bharat / state

ଦୁର୍ଦିନରେ ଆନନ୍ଦପୁରର ପରିବା ଚାଷୀ; ଅଭାବୀ ବିକ୍ରି ସାଙ୍ଗକୁ ଦାଉସାଧୁଛି ଲଗାଣ ବର୍ଷା

author img

By

Published : Sep 10, 2019, 5:00 PM IST

କେବେ ସୁଧୁରିବ ପରିବା ଚାଷୀଙ୍କ ଭାଗ୍ୟ; ନା ଅଛି ଶୀତଳ ଭଣ୍ଡାର ନା ମିଳୁଛି ସରକାରୀ ପ୍ରୋତ୍ସାହନ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ଟମାଟୋର ଅଭାବୀ ବିକ୍ରି ପରେ ଏବେ କଖାରୁ ପାଳି। କେନ୍ଦୁଝରର ଆନନ୍ଦପୁର ଉପଖଣ୍ଡ ଅଧିନସ୍ଥ ପଦ୍ମପୁର ଗାଁରେ ଶତାଧିକ ଚାଷୀ ଶହ ଶହ ଏକର ଜମିରେ କଖାରୁ ଚାଷ କରିଥିଲେ। ମାତ୍ର ଫସଲର ଅଭାବୀ ବିକ୍ରି, ବ୍ୟବସାୟୀଙ୍କ ଲାଭଖୋର ମନୋଭାବ ସାଙ୍ଗକୁ ସରକାରଙ୍କ ଉଦାସୀନତା ଯୋଗୁଁ ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। କଖାରୁ ବିକ୍ରି କରି ଲାଭ କରିବା ତ ଦୂରର କଥା ବର୍ତ୍ତମାନ ଜମିରେ ଏହା ପଡି ରହି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି।

ବିଗତ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାକାର ଚାଷୀ ବିଭିନ୍ନ ପନିପରିବା ଚାଷ କରି ନିଜର ଜୀବିକା ନିର୍ବାହ କରୁଛନ୍ତି । ଏହାକୁ ବିକ୍ରି କରି ବେଶ ଦୁଇ ପଇସା ଲାଭ ପାଇଥାନ୍ତି। ହେଲେ ଚଳିତବର୍ଷ ହୋଇଥିବା ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଦୀର୍ଘ ବର୍ଷ ହେବ ଏଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଏ ଅଞ୍ଚଳର ଚାଷୀ ଦାବି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଏ ସମ୍ପର୍କରେ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ ମତ ରଖି କହିଛନ୍ତି ଯେ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଅଭାବୀ ବିକ୍ରି ଯୋଗୁଁ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଥିବା ବେଳେ, ଏହାର ସମାଧାନ ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:100919_AND_PKG_PUMKIN_Smruti ranjan bihari

ଆଙ୍କର-ଜିଲ୍ଲାରେ ବିଲାତି ଅଭାବି ବିକ୍ରି ପରେ ଏବେ ବୋଇତାଳୁ ପାଳି। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ଉପଖଣ୍ଡରେ ଶତାଧିକ ଚାଷୀ ଶହ ଶହ ଏକର ଜମିରେ ଧାର କରଜ କରି ଚଳିତ ବର୍ଷ ବୋଇତାଳୁ ଚାଷ କରିଥିଲେ। ମାତ୍ର ବୋଇତାଳୁ ର ଅଭାବି ବିକ୍ରି, ବେବସାୟୀଙ୍କ ଲାଭଖୋର ମାନଭାବ ସାଙ୍ଗକୁ ସରକାରଙ୍କ ଉଦାସୀନତା ଯୋଗୁଁ ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବୋଇତାଳୁ ବିକ୍ରିକରି ଲାଭ କରିବା ତ ଦୂରର କଥା ବର୍ତ୍ତମାନ ଜମିରେ ବୋଇତାଳୁ ସବୁ ପଡି ରହି ନଷ୍ଟ ହୋଇଯାଇଥିବାର ଚିତ୍ର ଦେଖିବାକୁ ମିଳିଛି।

ଭିଓ-୧-ଏ ହେଉଛି ଆନନ୍ଦପୁର ମୁନିସିପାଇଟି ୧ ନଂ ଓ ୨ ଉର୍ଡ଼ ଅନ୍ତର୍ଗତ ପଦ୍ମପୁର ଗାଁ ର ଦୃଶ୍ୟ। ବିଗତ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାକାର ଚାଷୀ ବୋଇତାଳୁ ଚାଷ ଓ ବିଭିନ୍ନ ପନିପରିବା ଚାଷ କରି ନିଜର ଜୀବିକା ନିର୍ବାହ କରିବା ସହ ଜିଲ୍ଲା ବାହାରକୁ ବୋଇତାଳୁ ସହ ଅନ୍ୟ ପନିପରିବା ରପ୍ତାନୀ କରି ଦୁଇ ପଇସା ଲାଭ ପାଇଥାନ୍ତି। ଏଇ ଲଗାଣ ବର୍ଷା ଯୋଗୁଁ ଚଳିତ ବର୍ଷ ପରିସ୍ଥିତି ଚାଷୀଙ୍କର ମେରୁଦଣ୍ଡ ସମ୍ପୃନ ଭାଙ୍ଗି ଦେଇଛି। ବୋଇତାଳୁ ର ଅଭାବି ବିକ୍ରି ସାଙ୍ଗକୁ ,ବେବସାୟୀଙ୍କ ଲାଭଖୋର ମୋନଭାବ ଓ ସରକାରଙ୍କ ଉଦାସୀନତା ଚାଷୀଙ୍କପାଇଁ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି। ବର୍ତ୍ତମାନ ଏହି ଚାଷ ଉପରେ ନିର୍ଭର କରି ବର୍ଷସାରା ଗୁଜୁରାଣ ମେଣ୍ଟାଉଥିବା ଚାଷୀ ପରିବାର କିଭଳି ପ୍ରତିପୋଷଣ କରିବ ସେନେଇ ଚିନ୍ତାରେ।

ଭିଓ-୨-ଦୀର୍ଘ ବର୍ଷ ହେବ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଏହି ଅଞ୍ଚଳର ଚାଷୀ ମାନେ ଦାବିକରି ଆସୁଥିଲେ ମଧ୍ୟ୍ୟ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଚାଷୀମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଉ ମଧ୍ୟ ବିକ୍ରି ବଟା ପାଇଁ କୃଷକ ବଜାର ସୃଷ୍ଟି କରିବା କିମ୍ବା ସୋସାଇଟି ମାଧ୍ୟମରେ ବିକ୍ରି ସୁବିଧା କରିବା ପାଇଁ ଦାବି ଥିବା ବେଳେ ଏବିଷୟରେ ଉଦ୍ୟାନବିଭାଗ ଅଧିକାରୀ ଙ୍କୁ ପଚାରିବାରୁ ଉପର ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି ପଦକ୍ଷେପନେବାପାଇଁ।

ଏଫଭିଓ-ଅଭାବି ବିକ୍ରି ଯୋଗୁଁ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଥିବା ବେଳେ ଏହି ସମସ୍ୟାର ସମାଧାନ ନେଇ ସରକାର ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି।

ବାଇଟି-୧-ସୁରେଶ ପୃଷ୍ଟି(ଚାଷୀ)
ବାଇଟି-୨-ମାଧବ ସାହୁ(ଚାଷୀ)
ବାଇଟି-୩-ଭାବ ପଣ୍ଡା(ଚାଷୀ)
ବାଇଟି-୪-ସୁକାନ୍ତ ନାୟକ(ଉଦ୍ୟାନବିଭାଗ ଅଧିକାରୀ,ଆନନ୍ଦପୁର)Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.