ETV Bharat / state

ଧାରଣାରତ ସ୍ବେଚ୍ଛାସେବୀଙ୍କୁ ହଟାଇଲା ପୋଲିସ - police removed the protestor

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଆନ୍ଦୋଳନକାରୀଙ୍କୁ ହଟାଇଲା ପୋଲିସ । ପଢନ୍ତୁ ଅଧିକ.......

ଧାରଣାରତ ସ୍ବେଚ୍ଛାସେବୀଙ୍କୁ ହଟାଇଲା ପୋଲିସ
ଧାରଣାରତ ସ୍ବେଚ୍ଛାସେବୀଙ୍କୁ ହଟାଇଲା ପୋଲିସ
author img

By

Published : Oct 15, 2020, 8:58 PM IST

କେନ୍ଦୁଝର: ବିଭିନ୍ନ ସମସ୍ୟା ବାବଦରେ 4 ଦଫା ଦାବି ନେଇ ସେବା ସଙ୍ଘ ପକ୍ଷରୁ 12 ତାରିଖରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଆନ୍ଦୋଳନକାରୀଙ୍କୁ ହଟାଇଲା ପୋଲିସ । ଆନନ୍ଦପୁର ଓ ଚମ୍ପୁଆକୁ ରେଳପଥ ସଂଯୋଗ, ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ପୁନଃ ନିର୍ମାଣ, ଅସମ୍ପୂର୍ଣ୍ଣ ରାସ୍ତାରେ ଟୋଲ ଆଦାୟ ବନ୍ଦ କରିବା, ଜିଲ୍ଲାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ଭଳି 4 ଦଫା ଦାବିକୁ ନେଇ ସଙ୍ଘର ସଦସ୍ୟ ମାନେ ଧାରଣା ଦେଇଥିଲେ ।

ଧାରଣାରତ ସ୍ବେଚ୍ଛାସେବୀଙ୍କୁ ହଟାଇଲା ପୋଲିସ

ପ୍ରଥମେ ଆନନ୍ଦପୁରରୁ କେନ୍ଦୁଝର ପଦଯାତ୍ରା କରାଯାଇଥିବା ବେଳେ ପରେ ତିନି ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ସଙ୍ଘର ସଦସ୍ୟ । ତବେ ଧାରଣା ଶାନ୍ତିପୁର୍ଣ ଭାବେ ଚାଲିଥିବା ବେଳେ ସେବା ସଙ୍ଘର କର୍ମକର୍ତ୍ତାଙ୍କୁ ଟାଉନ ପୋଲିସ ଜୋର ଜବରଦସ୍ତ ଧାରଣା ସ୍ଥଳରୁ ହଟାଇଦେଇଛି ।

କୋଭିଡ଼ ନିୟମ ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ଟାଉନ ପୋଲିସ ଆନ୍ଦୋଳନକାରୀଙ୍କୁ ହଟାଇଥିବା କୁହାଯାଉଛି । ତେବେ ସଙ୍ଘର ସଦସ୍ୟ ମାନେ ହଟିଯାଇଥିଲେ ସୁଦ୍ଧା ଜିଲ୍ଲାର ସ୍ବାର୍ଥ ସହ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ଏବଂ ଆଗାମି ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.