ETV Bharat / state

ଜଙ୍ଗଲ ନଷ୍ଟ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆନ୍ଦୋଳନକାରୀ

author img

By

Published : Nov 25, 2021, 8:58 PM IST

ଦିନକୁ ଦିନ ଦେଶରେ ଜଙ୍ଗଲ ଧ୍ୱଂସ ହେବାକୁ ଲାଗିଲାଣି । ଜଙ୍ଗଲ ନଷ୍ଟ କରି ସରକାର ଏବେ ଶିଳ୍ପାନୁଷ୍ଠାନ ସୃଷ୍ଟି କରୁଛନ୍ତି । ଏହାକୁ ନେଇ ଗୁରୁବାର କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଅଧିକ ପଢ଼ନ୍ତୁ

ଜଙ୍ଗଲ ନଷ୍ଟ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆନ୍ଦୋଳନକାରୀ
ଜଙ୍ଗଲ ନଷ୍ଟ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆନ୍ଦୋଳନକାରୀ

କେନ୍ଦୁଝର: ଦିନକୁ ଦିନ ଦେଶରେ ଜଙ୍ଗଲ ଧ୍ୱଂସ ହେବାକୁ ଲାଗିଲାଣି । ଜଙ୍ଗଲ ନଷ୍ଟ କରି ସରକାର ଏବେ ଶିଳ୍ପାନୁଷ୍ଠାନ ସୃଷ୍ଟି କରୁଛନ୍ତି । ଏଥିପାଇଁ ବହୁ ଜଙ୍ଗଲ ଜମି ଗୁଡିକ ଉପରେ ଏବେ ଶିଳ୍ପ ପ୍ରତିଷ୍ଠା ହୋଇଛି । ତେବେ ଏହାଦ୍ବାରା ପ୍ରାକୃତିକ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏହାକୁ ଆଜି ବିରୋଧ କରିଛନ୍ତି ବହୁ ସ୍ୱେଚ୍ଛାସେବୀ ସଂଗଠନ ।

ଜଙ୍ଗଲ ଅଧିକାର ନିୟମ ସଂଶୋଧନକୁ ବିରୋଧ କରିଛନ୍ତି ବହୁ ସଂଗଠନ । ଏନେଇ ଆଜି(ଗୁରୁବାର) ଶତାଧିକ ଆଦିବାସୀ ଏକ ଶୋଭାଯାତ୍ରାରେ ଆସି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଆଇନ ସଂଶୋଧନ ଦ୍ୱାରା ବହୁ ଜଙ୍ଗଲ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରିଛନ୍ତି ଆଦିବାସୀ ସଂଗଠନ ।

ଏହି ଆଇନ ଉଚ୍ଛେଦ କରିବାକୁ କେନ୍ଦୁଝର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଆନ୍ଦୋଳନକାରୀ । ଶେଷଥର ପାଇଁ ୨୦୧୭ ମସିହା ବଜେଟ ଅଧିବେଶନରେ ଜଙ୍ଗଲ ଆଇନ ସଂଶୋଧନ ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.