ETV Bharat / state

କୋରୋନା କଳା ନଜରରେ କୁମ୍ଭାର; ବିକ୍ରି ହେଉନି ଜିନିଷ, ହାତବାନ୍ଧି ବସିଛି କାରିଗର

author img

By

Published : May 20, 2021, 5:20 PM IST

Updated : May 23, 2021, 12:38 PM IST

ଦିନକୁ ଦିନ କୋରୋନା ତାର କାୟା ବିସ୍ତାର କରି ଚାଲିଛି । କୋରୋନା କୋପରେ ଅନେକ ଜୀବିକା ହରାଇବାରେ ଲାଗିଲେଣି । ମାଟି ଜିନିଷ ତିଆରି କରି ଦୁଇ ପଇସା ରୋଜଗାର କରୁଥିବା କୁମ୍ଭାରଟିଏ ବି ବର୍ତ୍ତି ପାରନାହିଁ କୋରୋନା କୋପରୁ । ଅଧିକ ପଢନ୍ତୁ...

କୋରୋନାର କଳା ନଜରରେ କୁମ୍ଭାର
କୋରୋନାର କଳା ନଜରରେ କୁମ୍ଭାର

କେନ୍ଦୁଝର : ମାଟି ସହିତ ମଣିଷର ରହିଛି ଅତି ନିବିଡ଼ ସମ୍ପର୍କ । ସେ ଧନୀ ଦେଉ କି ଗରିବ ମାଟିର ଆବଶ୍ୟକତା ସମସ୍ତଙ୍କୁ ସବୁବେଳେ ରହିଛି । ତେଣୁ ଯେବେ ଯେବେ ମାଟି ପାତ୍ରର ଆବଶ୍ୟକତା ରହିଛି ସେବେ ସେବେ ମନକୁ ଆସେ କୁମ୍ଭାର କଥା । ମାଟିକୁ ଜୀବନ ଦେଉଥିବା କାରିଗରର ହାତ ଏବେ ଶାନ୍ତ । କୋରୋନା କୋପରେ ଲକଡାଉନ ଓ ସଟଡାଉନ ସେମାନଙ୍କ ରୋଜଗାରରେ ତାଲା ପକାଇ ଦେଇଛି । ଲକଡାଉନ ପାଇଁ ବଜାର ବନ୍ଦ ଫଳରେ କାରିଗରଟି ହାତ ତିଆରି ଜନିଷ ବିକ୍ରି ନ କରି ପାରି ଏବେ ଚିନ୍ତାରେ । କେନ୍ଦୁଝର ଜିଲ୍ଲାରେ ଥିବା କୁମ୍ଭାକାରଙ୍କ ଅବସ୍ଥା କହିଲେ ନ ସରେ । ସେମାନଙ୍କ ଘରେ ପଡି ରହିଛି ଗଦା ଗଦା ମାଟି ଜିିନିଷ ହେଲେ ନା ବଜାର ଖୋଲୁଛି ନା ସେମାନେ ଜିନିଷି ବିକ୍ରି କରି ଦୁଇ ପଇସା ପାଇ ପାରୁଛନ୍ତି ।

କୋରୋନା କଳା ନଜରରେ କୁମ୍ଭାର; ବିକ୍ରି ହେଉନି ଜିନିଷ, ହାତବାନ୍ଧି ବସିଛି କାରିଗର

ମାଟିରୁ ଜିନିଷ ତିଆରି କରି ଜୀବିକା ନିର୍ବାହ କରି ବହୁ କାଳରୁ ବଞ୍ଚିଆସୁଥିବା ସମ୍ପ୍ରଦାୟ ହେଉଛନ୍ତି କୁମ୍ଭାକାର ବା କୁମ୍ଭାର। ମାଟିରୁ ହାଣ୍ଡି, ମାଠିଆ, ସୁରେଇ, ପଲମ, ସାରୁଆ, ବଇଠି, ଧୂପଦାନୀ, ଫୁଲକୁଣ୍ଡ ଆଦି ଗଢ଼ି ନିଜେ ବ୍ୟବହାର କରିବା ସହ ବିକି ଦୁଇ ପାଇସା ରୋଜଗାରି କରି ପରିବାର ପ୍ରତିପୋଷଣ କରନ୍ତି । ଶହଶହ ବର୍ଷ ଧରି କୌଳିକ ବୃତ୍ତିରେ ନିୟୋଜିତ କୁମ୍ଭାରମାନେ ଆଜିର ଆଧୁନିକ ଏବଂ ବୈଜ୍ଞାନିକ ଯୁଗରେ ଅଲୋଡ଼ା ହୋଇ ଗଲେଣି। ସମୟର ପରିବର୍ତ୍ତନ ସହ ମଣିଷ ଚଳଣିର ପରିବର୍ତ୍ତନ ଘଟିଛି । ମାଟି ସାମଗ୍ରୀ ପରିବର୍ତ୍ତେ ପ୍ଲାଷ୍ଟିକ, ଲୁହା, ତମ୍ବା, ଆଲୁମିନିୟମ, ଟିଣ ସାମଗ୍ରୀର ବ୍ୟବହାରର ବୃଦ୍ଧି ଘଟିଛି।

କେନ୍ଦୁଝର ଜିଲ୍ଲା ବିଭିନ୍ନ ଗ୍ରାମର କୁମ୍ଭାର ଲୋକେ ଏହି ବୃତ୍ତିରେ ନିୟୋଜିତ ରହି ଭଲ ରୋଜଗାର କରୁଥିଲେ। ମାତ୍ର ବଜାର ଚାହିଦା ହ୍ରାସ, ଜାଳେଣୀ କାଠର ଅଭାବ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସେମାନଙ୍କୁ ପ୍ରଭାବିତ କରଛି । ଉପଯୁକ୍ତ ପାରିଶ୍ରମିକ ମିଳୁ ନ ଥିବାରୁ ଅନେକ ଲୋକ ଏହି ବେଉଷାକୁ ଛାଡ଼ିବାରେ ଲାଗିଲେଣି । ଏବେ କୋରୋନା ମହାମାରୀ ସେମାନଙ୍କ ଜୀବିକାକୁ ଦୋହଲାଇ ଦେଇଛି। ହାଣ୍ଡି ମାଠିଆ ପାତ୍ର ନିର୍ମାଣ କାର୍ଯ୍ୟ ଅତି କଷ୍ଟଦାୟକ କାମ ଅଟେ । ପ୍ରଥମେ ଜମିରୁ ଭଲ ମାଟି ସଂଗ୍ରହ କରି ଭଲ ଭାବରେ ୩/୪ଦିନ ଧରି ଚକଟି କୁମ୍ଭାର ଚକରେ ଦିଆଯାଇ ବିଭିନ୍ନ ଆକୃତି ଦିଆଯାଏ । ଏହାକୁ ଖରାରେ ଅଳ୍ପ ଶୁଖାଯାଇ ଧୀରେ ଧୀରେ ଏକ କାଠ ପିଠିଣାରେ ବାଡ଼ାଇ ଠିକ ମାଟି ପାତ୍ରର ରୂପ ଦେଲା ପରେ ତାକୁ ଭାଟିରେ ନିଆଁ ମାଧ୍ୟମରେ ପୋଡ଼ା ଯାଇଥାଏ । ଏହାପରେ ଭାଙ୍ଗି ନ ଯିବା ଭଳି ସତର୍କତା ନେଇ ବଜାରକୁ ବିକ୍ରି ପାଇଁ ନିଆଯାଇଥାଏ ।

ଗ୍ରାମାଞ୍ଚଳର ଅନେକ କୁମ୍ଭାରମାନେ ଏହି ବୃତ୍ତି ଛାଡ଼ି ଅନ୍ୟ ଚାଷ ଜମିରେ ମୂଲ ଲାଗିଲେଣି ତ ଆଉ କେହି କେହି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଗଲେଣି । ବର୍ତ୍ତମାନ ମାଟି ସାମଗ୍ରୀ ଲୋପ ପାଇବାକୁ ବସିଛି । ଏବେ ଏହି ମାଟିର ସାମଗ୍ରୀକୁ ଟେରାକୋଟା ଶୈଳୀରେ ପ୍ରସ୍ତୁତ କରି ପୂର୍ବ ଚାହିଦା ଫେରାଇ ଆଣିବାର ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି । ହେଲେ କେଉଁଠି ନା କେଉଁଠି ଏହା ବିଫଳ ହୋଇଛି । କୋରୋନା କାଳରେ ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ପଡିଥିବା ମେଳା ଯୋଗୁଁ ଟେରାକୋଟା ଜିନିଷ ବିକ୍ରି ହେଇପାରିନାହିଁ । ଏହା ସହ ଘରେ ହାଣ୍ଡି କଳସି ପ୍ରସ୍ତୁତ ହୋଇ ଥୁଆ ହୋଇଥିଲେ ମଧ୍ୟ ବଜାର ବନ୍ଦ ଯୋଗୁଁ ବିକ୍ରି ନ କରି ପାରି ହାତ ବାନ୍ଧି ବସିଛନ୍ତି ମାଟି କାରିଗର । ତେବେ ଏହି କୋରୋନା କେବେ ଯିବ ଓ ଲକଡାଉନ ହଟିବ ଆଉ କାରିଗରଟି ଜିନିଷ ବିକ୍ରି କରି ଦୁଇ ପଇସା ରୋଜଗାର କରିବ ତାକୁ ଅପେକ୍ଷା । ଅନ୍ୟପଟେ ଲକଡାଉନ ସମୟରେ ମାଟି କାରିଗରଙ୍କ ପ୍ରତି ସରକାରଙ୍କୁ ଦୃଷ୍ଟି ଦେବାରୁ ଆବଶ୍ୟକତା ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : May 23, 2021, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.