ETV Bharat / state

ଆଇରନ୍ ଫାଇନ୍ସ ଚୋରା ଚାଲାଣବେଳେ ପୋଲିସ ଚଢ଼ାଉ, ଟ୍ରକ୍ ଓ ଜେସିବି ଜବତ

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଆଇରନ୍ ଫାଇନ୍ସ ଚୋରା ଚାଲାଣବେଳେ ପୋଲିସ ଚଢାଉ । ଅଧିକ ପଢନ୍ତୁ....

author img

By

Published : Apr 21, 2021, 5:30 PM IST

ଆଇରନ୍ ଫାଇନ୍ସ ଚୋରା ଚାଲାଣବେଳେ ପୋଲିସ ଚଢ଼ାଉ, ଟ୍ରକ୍ ଓ ଜେସିବି ଜବତ
ଆଇରନ୍ ଫାଇନ୍ସ ଚୋରା ଚାଲାଣବେଳେ ପୋଲିସ ଚଢ଼ାଉ, ଟ୍ରକ୍ ଓ ଜେସିବି ଜବତ

କେନ୍ଦୁଝର: ଯୋଡ଼ା ଥାନା ଅନ୍ତର୍ଗତ ଆଇରନ୍ ଫାଇନ୍ସ (ଲୁହାପଥର ଗୁଣ୍ଡ) ଚୋରା ଚାଲାଣବେଳେ ପୋଲିସ ଚଢା । ସିଆଲ୍ଯୋଡ଼ା ନିକଟରେ ଚୋରାଚାଲାଣ ହେଉଥିବା ସୂଚନା ପାଇ ପୋଲିସ ଚଢାଉ କରି ଏକ ୧୦ ଚକିଆ ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକ୍ ଓ ଏକ ଜେସିବି ମେସିନକୁ ଜବତ୍ କରିଛି ।

ଯୋଡ଼ା ଥାନା ଦେଓଝର ନିକଟ ସିଆଲ୍ଯୋଡ଼ାସ୍ଥିତ ଏକ ପ୍ଲଟରେ ବହୁ ଦିନରୁ ଗଚ୍ଛିତ ଥିବା ଫାଇନ୍ସକୁ ଚୋରା ଚାଲାଣ କରାଯାଉଥିବା ନେଇ ପୋଲିସ୍ ପାଟ୍ରୋଲିଂ ଟିମ୍ ଖବର ପାଇ ସେଠାରେ ଅଚାନକ ଚଢ଼ାଉ କରିଥିଲା । ତେବେ ପୋଲିସକୁ ଦେଖି ସମ୍ପୃକ୍ତ ମାଫିଆମାନେ ସେଠାରୁ ଫେରାର୍ ହୋଇଯିବାରେ ସକ୍ଷମ ହୋଇଛନ୍ତି । ଜବତ ଟ୍ରକ୍ ଓ ଜେସିବି ମେସିନ୍ ଝାଡ଼ଖଣ୍ଡ ପରିବହନ ବିଭାଗରେ ପଞ୍ଜିକୃତ ଥିବା ଜାଣିବାକୁ ପାଇଛି ପୋଲିସ । ତେବେ ଏହି ଚୋରା ଚାଲାଣ ରାକେଟରେ ଝାଡ଼ଖଣ୍ଡି ମାଫିଆ ସଂପୃକ୍ତ ଥିବାନେଇ ସନ୍ଦେହ କରାଯାଉଛି । ଯୋଡ଼ା ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.