କେନ୍ଦୁଝର: ଜିଲ୍ଲାର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶିରିଷିପାଳ ଠାରେ ବେଆଇନ୍ ଭାବେ ଗଞ୍ଜା ଲଢେ଼ଇ ଚାଲିଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ଚଢାଉ କରିଛି ।
ସୂଚନାଅନୁସାରେ,ଶିରିଷିପାଳ ଗ୍ରାମରେ ଫୁଟବଲ ଖେଳ ଚାଲିଥିଲା । ଖେଳରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଫୁଟବଲ ମ୍ୟାଚ ପରେ ସେଠାରେ ବେଆଇନ ଭାବରେ ଗଞ୍ଜା ଲଢେଇ ଚାଲିଥିଲା । ଗଞ୍ଜା ଲଢେଇ ବେଆଇନ ହୋଇଥିବା ପରେ ବି ଲୋକେ ଏହାକୁ ବେଖାତିର କରିଥିଲେ ।
ତେବେ ପୋଲିସ ଘଟଣାର ଖବର ପାଇ ଉକ୍ତ ସ୍ଥାନରେ ଅଚାନକ ଚଢାଉ କରିଥିଲା । ଖେଳ ପାଇଁ ପୋତା ହୋଇଥିବା ବାଉଁଶ ବାରିକେଟକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ଏଥିସହ ଏହିଭଳି ବେଆଇନ୍ ଖେଳ କରାଉଥିବା ଲୋକମାନଙ୍କୁ ଖେଳ ନକରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ପୁନର୍ବାର ଏହିଭଳି ବେଆଇନ୍ ଖେଳ କରାଗଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ