ETV Bharat / state

ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା, ଜଣେ ଗିରଫ - Police have arrested a accused

ଗତକାଲି(ରବିବାର) ଅପରାହ୍ନରେ କେନ୍ଦୁଝର ଟାଉନଥାନା କାଶୀପୁର ନିକଟରେ ପିସିସି ସଭାପତିଙ୍କ ଗାଡି ଉପରେ ଆକ୍ରମଣ ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା
ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା
author img

By

Published : Jan 18, 2021, 1:32 PM IST

Updated : Jan 18, 2021, 3:04 PM IST

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଉଦ୍ୟମରେ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଏହାସହ ସମ୍ପୃକ୍ତ ଆଉ 4 ଜଣଙ୍କୁ ଗିରଫ କରିବା ପାଇଁ ଟାଉନଥାନା ପକ୍ଷରୁ ପକ୍ରିୟା ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା

ଗତକାଲି(ରବିବାର) ଅପରାହ୍ନରେ କେନ୍ଦୁଝର ଟାଉନଥାନା କାଶୀପୁର ନିକଟରେ ପିସିସି ସଭାପତିଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା । ପିସିସି ସଭାପତି କେନ୍ଦୁଝର ସହରରୁ ନିଜ ଘରକୁ ଫେରୁଥିବାବେଳେ କିଛି ଯୁବକ ତାଙ୍କ ଗାଡିକୁ ସ୍ଥାନୀୟ କାଶୀପୁର ଠାରେ ଅଟକାଇ ଥିଲେ । ଏସମୟରେ ତାଙ୍କ ପିଏସଓ ଗାଡ଼ିରୁ ଓହ୍ଲାଇବାବେଳେ ଉକ୍ତ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ ।

ଏନେଇ କେନ୍ଦୁଝର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଏହି ଆକ୍ରମଣ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ଯାହାକୁ ନେଇ ପୋଲିସ ଆଜି ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚାଲୁଥିବା ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jan 18, 2021, 3:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.