କେନ୍ଦୁଝର: ଦୀର୍ଘ 21 ଦିନ ପରେ ଫେରାର ଆସାମୀକୁ ଗିରଫ କରିଛି ପୋଲିସ । ଗତ ୧ ତାରିଖରେ କେନ୍ଦୁଝର ଜିଲ୍ଲା କୋର୍ଟ ପରିସରରୁ ଚମ୍ପଟ ମାରିଥିଲା ବିଚାରଧୀନ କଏଦୀ ରାଜ ଲୋହାର। ତେବେ ଏହି ଘଟଣା ପାଇଁ 2 ଜଣ ମହିଳା କନେଷ୍ଟବଳଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଏହା ପରେ ପୋଲିସ ବହୁ ଖୋଜା ଖୋଜି କରି ଫେରାର ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।
ସେ 2018 ମସିହାରେ ଗମ୍ଭାରିଆରେ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ