ETV Bharat / state

Mann Ki Baat: କେନ୍ଦୁଝରର କୁନି ଦେହୁରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

author img

By

Published : Oct 30, 2022, 1:13 PM IST

ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର କୁନି ଦେହୁରୀଙ୍କୁ ପ୍ରାଧନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦୁଝରର କୁନି ଦେହୁରୀଙ୍କୁ ପ୍ରାଧନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 94 ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସୌର ଶକ୍ତିକୁ ଉପଯୋଗ କରି ନୂଆ ଭବିଷ୍ୟତ ଦେଖୁଛି ଦୁନିଆ । ଭାରତ ଏବେ ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଓଡ଼ିଶାର କୁନି ଦେହୁରୀଙ୍କ ବିଷୟରେ କହି ମନ କି ବାତ୍‌ରେ କୁନିଙ୍କୁ ପ୍ରଶଂସା କରିଛନ୍ତି ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ।

କେନ୍ଦୁଝର ଜିଲ୍ଲା କର୍ଦାପାଳର ଝିଅ ହେଉଛନ୍ତି କୁନି ଦେହୁରୀ । ଯିଏ ସୌର ଶକ୍ତି ଜରିଆରେ ବିଦ୍ୟୁତ ଉତ୍ପନ୍ନ କରି ସ୍ବାବଲମ୍ବୀ ହୋଇଛନ୍ତି । ଏହା ସହ ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସୌର ଶକ୍ତିକୁ ନେଇ ନିଜେ ରୋଜଗାର କ୍ଷମ ହେବା ସହିତ ଅନେକଙ୍କୁ ରୋଜଗାର କ୍ଷମ କରିଛନ୍ତି କୁନି । ଆଦିବାସୀ ମହିଳାଙ୍କୁ ସୋଲାରୁ ରେଲିଙ୍ଗ ମେସିନ ଜରିଆରେ ସିଲ୍କ ବୁଣିବାର କୌଶଳ ନେଇ ତାଲିମ ଦେଉଛନ୍ତି । ସୋଲର ମେସିନ ଦ୍ବାରା ଏହି ଆଦିବାସୀ ମହିଳାଙ୍କୁ ବିଜୁଳି ବିଲ ଆସୁନାହିଁ। ଏଥିରୁ ତାଙ୍କର ଆୟ ହେଉଛି । ଏହା ସୂର୍ଯ୍ୟ ଦେବଙ୍କ ସୌର ଶକ୍ତିର ବଳିଦାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସୌର ଶକ୍ତି ଜରିଆରେ ବିତ୍ୟୁତ ଉତ୍ପନ୍ନ କରି ରୋଜଗାର କ୍ଷମ ହୋଇଥିବା ଗାଁ ତଥା ଦେଶର ପ୍ରଥମ ସୌର ଶକ୍ତି ଗାଁ ଗୁଜୁରାଟର ମୋଦେରା ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଖାଲି କେନ୍ଦୁଝରରୁ କୁନି ନୁହେଁ ପୂର୍ବରୁ ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦ ରୋହିଆ ଗ୍ରାମର ସିଲୁ ନାୟକ, ପଟ୍ଟଚିତ୍ର ପାଇଁ ରାଉରକେଲାର ଭାଗ୍ୟଶ୍ରୀ ସାହୁ, ସ୍ବଚ୍ଛତା ପାଇଁ ପୁରୀର ଜଣେ ଯୁବପୀଢି ଓ ଇଷାନ ମୁଣ୍ଡାଙ୍କୁ ପ୍ରଶଂସା କରିଥିଲେ ।

ଏହା ବି ପଢନ୍ତୁ...Mann Ki Baat: ସୋଲାର ଓ ସ୍ପେସ କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଦେଖୁଛି ବିଶ୍ବ

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ଯେଉଁଥିରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କଥା କହିଥାନ୍ତି । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍‌ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ । ଦିନକୁ ଦିନ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମର ଲୋକପ୍ରିୟତା ବଢୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.