ETV Bharat / state

୧୯ ଦିନରେ PEOଙ୍କ ଆନ୍ଦୋଳନ, ପଞ୍ଚାୟତ କାର୍ଯ୍ୟ ଠପ୍

author img

By ETV Bharat Odisha Team

Published : Sep 5, 2023, 7:22 PM IST

୧୯ ଦିନରେ ପହଞ୍ଚିଥିଲା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଚେତାବନୀ ଦେଇଛି । ଅଧିକ ପଢ଼ନ୍ତୁ

PEO association protest
ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନ

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନ

କେନ୍ଦୁଝର: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି । ଦୁଇ ଦଫା ଦାବି ନେଇ ଗତ ଅଗଷ୍ଟ ୧୮ ତାରିଖ ଠାରୁ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ସଂଘର ଡାକରାରେ କେନ୍ଦୁଝର ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଆନ୍ଦୋଳନ କରୁଛି । ଆନ୍ଦୋଳନକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ସରକାର ଏମାନଙ୍କ ପ୍ରତି କୌଣସି ପଦକ୍ଷେପ ନେଉନଥିବା ସଂଘ ଅଭିଯୋଗ କରିଛି ।

ଗ୍ରାମପଞ୍ଚାୟତର ମୁଖ୍ୟ ଭାବରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତୃଣମୂଳ ସ୍ତରରେ କାର୍ଯ୍ୟ ସଞ୍ଚାଳକ ଓ ସମ୍ପାଦନ କରୁଛନ୍ତି । ଗ୍ରାମାଞ୍ଚଳରେ କାର୍ଯ୍ୟକ୍ଷମ 14 ବିଭାଗର 29 ଟି ଦାୟିତ୍ଵ ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିବା ବେଳେ ପିଇଓଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଦାରିଦ୍ର୍ୟ ଦୂରୀକରଣ ଯୋଜନା, ମୋ ଘର ଯୋଜନା, ଏମଜିଏନଆରଜିଏ , ସିସି ରୋଡ ଆଦି ଯୋଜନାକୁ ଜୀବନ ବିପନ୍ନ କରି ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ସମ୍ପାଦନ କରି ଆସୁଛନ୍ତି । ଏହି ସବୁ କାର୍ଯ୍ୟ କରୁଥିବା ସମୟରେ ସାମାନ୍ୟ ଭୁଲ ହେଲେ ପଞ୍ଚାୟତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିନ୍ତୁ ସରକାର ଏହି ଅଧିକାରୀଙ୍କ କୌଣସି ଦାବିକୁ ଗ୍ରହଣ କରିବାକୁ ରାଜି ହେଉନଥିବା ଅଭିଯୋଗ କରିଛନ୍ତି ସଂଘର ସଦସ୍ୟ ।

ଏହା ମଧ୍ୟ ପଢ଼ନ୍ତୁ: ୧୫ ଦିନରେ ପହଞ୍ଚିଲା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଧାରଣା, ପ୍ରଭାବିତ ୧୧୧ଟି ପଞ୍ଚାୟତର ଆଦିବାସୀ

ତେବେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ପ୍ରବେଶିକା ପରୀକ୍ଷାରେ ଯୁକ୍ତ ୨ ରୁ ଯୁକ୍ତ ୩ ପର୍ଯ୍ୟନ୍ତ କରିବା ସହ ଗ୍ରେଡ ପେ ଲେବଲରୁ ଲେବଲ ୨ ପର୍ଯ୍ୟନ୍ତ କରିବାକୁ ଦାବି କରିଛନ୍ତି । ଏହାସହ କାର୍ଯ୍ୟକାଳର ୧୦ ବର୍ଷ ପୂରଣ କରିଥିବା ପିଇଓଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ଅବସ୍ଥିତ କରିବା ସହ OPRS କ୍ୟାଡରରେ ପିଇଓଙ୍କୁ ନିଯୁକ୍ତି ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପିଇଓମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ବସିଛନ୍ତି । ଜିଲ୍ଲାର ସମସ୍ତ ୧୩୭ ପଞ୍ଚାୟତର ନିର୍ବାହୀ ଅଧିକାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଘ । ଏହି ଆନ୍ଦୋଳନ ଯୋଗୁଁ ପଞ୍ଚାୟତ ଗୁଡିକରେ କିଛି ଅସୁବିଧା ହେଲେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.