ETV Bharat / state

ଭୂତ ଖାଉଛି ପିଡିଏସ ଚାଉଳ

author img

By

Published : Jun 18, 2020, 3:54 PM IST

ଅନେକ ଗରିବ ଯୋଗ୍ୟ ହିତାଧିକାରୀ ମାନେ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ପିଡିଏସ ଚାଉଳ । ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ହିତାଧୀକାରୀ ।

_pkg
ଭୂତ ଖାଉଛି ପିଡିଏସ ଚାଉଳ

ଆନନ୍ଦପୁର: ଭୂତ ଖାଉଛି ପିଡିଏସ ଚାଉଳ । ଅନେକ ଗରିବ ଯୋଗ୍ୟ ହିତାଧିକାରୀମାନେ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ପିଡିଏସ ଚାଉଳ । ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ହିତାଧୀକାରୀ ।

ଭୂତ ଖାଉଛି ପିଡିଏସ ଚାଉଳ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ବିଭିନ୍ନ ଗାଁରେ ଯୋଗ୍ୟ ହିତାଧିକାରୀ ଚାଉଳ ପାଉ ନଥିବାବେଳେ ଅନେକ ମୃତ ବ୍ୟକ୍ତିଙ୍କ ନାମରେ ପିଡିଏସ ଚାଉଳ ଉଠାଯାଉଥିବା ଅଭିଯୋଗ ହୋଇଛି । ମାସେ ନୁହଁ କି ଦୁଇମାସ ନୁହଁ ବର୍ଷବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଯାଇ ହଡପ କରାଯାଉଛି ।

ଉକ୍ତ ପଞ୍ଚାୟତରେ ୬୩୨୫ ଜଣ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବାବେଳେ ୧୮୧ ଜଣ କାର୍ଡଧାରୀଙ୍କୁ ଅନ୍ତୋର୍ଦ୍ଦୟ ଚାଉଳ ପ୍ରଦାନ କରାଯାଉଛି । କିନ୍ତୁ ଅନ୍ତୋର୍ଦ୍ଦୟ ଯୋଜନାରେ ଅନେକ ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଯାଉଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଏହି ପଞ୍ଚାୟତର ପୁରୁଣାପାଣି କଲୋନୀ ସାହିରେ ବାସ କରନ୍ତି ଶତାଧିକ ଗରିବ ଆଦିବାସୀ ପରିବାର । ପରଘରେ ମୁଲ ଲାଗିଲେ ଘରେ ଚୁଲି ଜଳେ । ଗାଁର ଅନେକ ଯୋଗ୍ୟ ହିତାଧିକାରୀ ଥାଇ ମଧ୍ୟ ବର୍ଷ ବର୍ଷ ଧରି ପିଡିଏସ ଚାଉଳ ପାଉ ନଥିବା ଅଭିଯୋଗ କରିଛନ୍ତି ।

ବାରମ୍ବାର ଅଭିଯୋଗ କରିବା ସହ ପଞ୍ଚାୟତକୁ ଦୌଡି ଦୌଡି ହତାଶ ହେବାପରେ ଭାଗ୍ୟକୁ ଆଦରି ପଡିରହିଛନ୍ତି ଏହି ଗରିବ ପରିବାର ଲୋକେ । ଏନେଇ ତଦନ୍ତ କରାଯାଇ ପଦକ୍ଷେପ ନେବେ ବୋଲି କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

ତେବେ ତୁରନ୍ତ ଏହାର ତଦନ୍ତ କରାଯାଇ ଚାଉଳ ହଡପ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ହିତାଧିକାରୀମାନେ ଦାବି କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.