ETV Bharat / state

ଥାନାରେ ମାଡମରା ଘଟଣା, ନିଲମ୍ବିତ ହେଲେ ପାଟଣା ଆଇଆଇସି - IIC Sandharani jena Suspended

ଗତ ୧୮ ତାରିଖ ପାଟଣା ଥାନା ଭିତରେ ଜଣେ ନିରିହ ବ୍ୟକ୍ତିଙ୍କୁ ଆଇଆଇସି ସନ୍ଧ୍ୟାରାଣୀ ଜେନା ନିର୍ମମ ଭାବେ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା ।

patna-iic-sandharani-jena-suspended
ଥାନାରେ ମାଡ ମରା ଘଟଣା, ନିଲମ୍ବିତ ହେଲେ ପାଟାଣା ଆଇଆଇସି
author img

By

Published : May 23, 2020, 2:58 PM IST

କେନ୍ଦୁଝର: ଦବଙ୍ଗଗିରି ପଡିଲା ମହଙ୍ଗା । ପ୍ରଥମେ ଦରମା କାଟ ପରେ ଏବେ ନିଲମ୍ବନ । କେନ୍ଦୁଝର ଜିଲ୍ଲା ପାଟଣା ଥାନ ଆଇଆଇସିଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ଅଭୟ ।

patna-iic-sandharani-jena-suspended
ଥାନାରେ ମାଡ ମରା ଘଟଣା, ନିଲମ୍ବିତ ହେଲେ ପାଟାଣା ଆଇଆଇସି

ଉଲ୍ଲେକଥାଉ କି, ଗତ ୧୮ ତାରିଖ ପାଟଣା ଥାନା ଭିତରେ ଜଣେ ନିରିହ ବ୍ୟକ୍ତିଙ୍କୁ ଆଇଆଇସି ସନ୍ଧ୍ୟାରାଣୀ ଜେନା ନିର୍ମମ ଭାବେ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ବିନା କୌଣସି ଠୋସ୍‌ ପ୍ରମାଣରେ ଜଣେ ନିରିହ ବ୍ୟକ୍ତିଙ୍କୁ ଲାଠିରେ ବାଡେଇବା ସହ ଗୋଇଠା ମାରିବାକୁ ବି ପଛାଇ ନଥିଲେ ଆଇଆଇସି ସନ୍ଧ୍ୟାରାଣୀ ଜେନା । ତେବେ ଭିଡିଓ ଭାଇରାଲ ହେବା ପରେ ଆଇଆଇସି ଅଡୁଆରେ ପଡିଥିଲେ ।

ତେବେ ଘଟଣାର ତଦନ୍ତ ପାଇଁ ଗୃହସଚିବ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର କମିଶନ । ଏହା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିବାକୁ କେନ୍ଦୁଝର ପୋଲିସକୁ ନିର୍ଦ୍ଦେଶ ରହିଥିଲା । ପରେ ଆଇଆଇସିଙ୍କ ଦରମାରୁ 10 ହଜାର ଟଙ୍କା ପିଡିତଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର କମିଶନ । ତେବେ ଆଜି ଏହି ଘଟଣାରେ ପୋଲିସ ଡିଜି ଆରକ୍ଷୀ ଅଧିକ୍ଷକଙ୍କ ରିପୋର୍ଟ ଆଧାରରେ ଆଇଆଇସିଙ୍କୁ ନିଲମ୍ବିତ କରିଥିବାର ଟ୍ବିଟ କରି ସୂଚନା ଦେଇଛନ୍ତି । ଆଗାମୀ ଆଦେଶ ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ ବୋଲି ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.