ETV Bharat / state

କେଶଦୁରାପାଳରେ ଧାନ ମଣ୍ଡିର ଶୁଭାରମ୍ଭ, କଟନି ଛଟନୀ ନେଇ ଚାଷୀଙ୍କ ଅଭିଯୋଗ

author img

By

Published : Nov 27, 2020, 5:21 PM IST

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କେଶଦୁରାପାଳ ସମବାୟ ସେବା ସମିତିରେ ଧାନ ମଣ୍ଡିର ଶୁଭ ଆରମ୍ଭ କରାଯାଇଛି । ମିଲର କାଟୁଥିବା ୫ କେଜି ଧାନ ବିଷୟରେ ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

paddy collection mondy started in keonjhar
କେଶଦୁରାପାଳରେ ଧାନ ମଣ୍ଡିର ଶୁଭାରମ୍ଭ,କଟନି ଛୋଟନୀ ନେଇ ଚାଷୀଙ୍କ ଅଭିଯୋଗ

ଆନନ୍ଦପୁର: ଆରମ୍ଭ ହେଲା ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା । ସରକାର ଧାନ ସଂଗ୍ରହ କରିବାରେ ସ୍ବଚ୍ଛତା ଆଣିବା ପାଇଁ କରିଛନ୍ତି ଟୋକନ ବ୍ୟବସ୍ଥା ଯାହାକୁ ଚାଷୀ ମାନେ ସ୍ବାଗତ କରିଛନ୍ତି । ଅନଲାଇନରେ ନାମ ପଞ୍ଜିକରଣ କରି ଚାଷୀ ମାନେ ଟୋକନ ମାଧ୍ୟମରେ ମଣ୍ଡିରେ ଧାନ ବିକ୍ରୟ କରିବେ । ନିଜେ ଚାଷୀ ଉପସ୍ଥିତ ରହି ଅନଲାଇନରେ ଆଧାର ସଂଯୋଗ ଠିକ ରହିଲେ ସେହି ଚାଷୀ ହିଁ ଧାନ ଦେଇପାରିବ । ଗୋଟିଏ ଚାଷୀ ଥରକୁ ୫୦ କୁଇଣ୍ଟାଲ ଧାନ ଦେଇ ପାରିବ ବୋଲି ନିୟମ କରାଯାଇଛି ।

ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କେଶଦୁରାପାଳ ସମବାୟ ସେବା ସମିତିରେ ଧାନ ମଣ୍ଡିର ଶୁଭ ଆରମ୍ଭ କରାଯାଇଛି । ରାଜ୍ୟ ସରକାର ଧାନ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଜରୁରୀ ବୈଠକ ବସି ନଭେମ୍ବର ୨୫ ତାରିଖରେ ଜିଲ୍ଲାରେ ଧାନ ମଣ୍ଡି ଖୋଲିବାକୁ ସବୁ ସମବାୟ ସମିତିକୁ ଚିଠି କରାଯାଇଥିଲା । ସେଥିପାଇଁ ଘସିପୁରା ବ୍ଳକ କେଶଦୁରାପାଳ ପଞ୍ଚାୟତର ସେବା ସମବାୟ ସମିତିରେ ଧାନ ମଣ୍ଡିର ଶୁଭ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ ଏବଂ ତହସିଲଦାର , ବିଡିଓ , ସେବା ସମିତିର ସମ୍ପାଦକ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ । ମଣ୍ଡିରେ ଧାନ ସଂଗ୍ରହ ନେଇ ଚାଷୀଙ୍କ ସହ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବହୁ ଚାଷୀ ଉପସ୍ଥିତ ରହି ଧାନ ଦେବା ବେଳେ ବିଗତ ଦିନରେ ସମ୍ମୁଖୀନ ହୋଇଥିବା ସମସ୍ୟା ବିଷୟରେ ଅଧିକାରୀ ମାନଙ୍କ ନଜରକୁ ଆଣିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ମିଲର କାଟୁଥିବା ୫ କେଜି ଧାନ ବିଷୟରେ ଅଭିଯୋଗ କରିଥିଲେ । ସ୍ବଚ୍ଛତା ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କର୍ମଚାରୀ ମାନଙ୍କର ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.