କେନ୍ଦୁଝର: କୋର୍ଟ ପରିସରରୁ ବିଚାରଧୀନ କଏଦୀ ଫେରାର । ଏହି ଘଟଣା ଘଟିଛି କେନ୍ଦୁଝର କୋର୍ଟ ପରିସରରେ । ଫେରାର କଏଦୀ ଟାଉନ ଥାନା ଅନ୍ତର୍ଗତ ଗମ୍ଭାରୀଆ ଗ୍ରାମର ରାଜ କିଶୋର ଲୋହାର ବୋଲି ଜଣାପଡିଛି ।
୨୦୧୮ ମସିହାରୁ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ କିଶୋର । ଆଜି କୋର୍ଟରୁ ପରିସ୍ରା ଯିବା ବାହାନାରେ ଫେରାର ହୋଇଥିବା ଜଣାପଡ଼ିଛି ।
ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଜେଲରୁ କୋର୍ଟକୁ ଭିତରକୁ ଯିବାବେଳେ ପୂର୍ବରୁ ତୟାର ଥିବା କଳା ରଙ୍ଗର ହୋଣ୍ଡା ସାଇନ ଗାଡ଼ିରେ ଏକ ସହଯୋଗୀ ଫେରାର କରିବାରେ ସହଯୋଗ କରିଥିଲା । ପୋଲିସ ଏନେଇ ନିକଟସ୍ଥ ଥାନା ଗୁଡିକରେ ଆଲର୍ଟ କରିଥିବା ଜଣାପଡ଼ିଛି । ଏନେଇ ସଦର ଏସଡିପିଓଙ୍କୁ ପଚାରି ଥିବାବେଳେ ସେ କିଛି ଜାଣି ନଥିବା ପ୍ରକାଶ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ