ETV Bharat / state

ପୋଲିସ ଭ୍ୟାନ ଧକ୍କାରେ ଯୁବକଙ୍କ ମୃତ୍ୟୁ - ପୋଲିସ ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ

ଏନଏଚ-୪୯ ଜଡିଚାତରରେ ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ । ସ୍ଥାନୀୟ ବାସିନ୍ଦା କଲେ ରାସ୍ତା ରୋକ । ଅଧିକ ପଢ଼ନ୍ତୁ

ଆଇନ ହାତରେ ବେଆଇନ କାମ, ପୋଲିସ ଭ୍ୟାନ ଧକ୍କାରେ ଯୁବକଙ୍କ ମୃତ୍ୟୁ

author img

By

Published : Jul 26, 2022, 8:11 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏନଏଚ-୪୯ ଜଡିଚାତରରେ ଆଜି ଅପରାହ୍ନରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ପୋଲିସ ଭ୍ୟାନ ଧକ୍କାରେ ସ୍ଥାନୀୟ ମୁରୁସୁଆଁ ଗ୍ରାମର ବସନ୍ତ ବାରିକଙ୍କର ମୃତ୍ୟୁ ହୋଇଛି । ଖବରପାଇ ପରିବାର ଲୋକେ ସେଠାରେ ପହଁଞ୍ଚିଥିଲେ । ଏହାପରେ ସ୍ଥାନୀୟ ବାସିନ୍ଦା ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ । ପରିବାର ଲୋକେ ପୋଲିସ ଗାଡି ଧକ୍କାରେ ବସନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । କିଛି ସମୟ ପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା ।

ଆଇନ ହାତରେ ବେଆଇନ କାମ, ପୋଲିସ ଭ୍ୟାନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଏନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ । କିନ୍ତୁ ପୋଲିସର ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଘଟଣା ଘଟିଥିବା ଅଭିଯୋଗ ସହ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.