ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗର୍ଭବତୀ ମାଈ ହାତୀର ମୃତ୍ୟୁ - kendujhar elephant dead

କେନ୍ଦୁଝର ଜିଲ୍ଲା ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ନେଙ୍କଡାଘର ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମାଈ ହାତୀର ମୃତ୍ୟୁ

author img

By

Published : Dec 8, 2021, 5:22 PM IST

କେନ୍ଦୁଝର: ଜିଲ୍ଲା ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ନେଙ୍କଡାଘରଠାରେ ଘଟିଛି ଅଘଟଣ । ଉକ୍ତ ରେଞ୍ଜ ଅନ୍ତର୍ଗତ ଜାମୁନାଳିଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତକାଲି ରାତିରେ(ମଙ୍ଗଳବାର) ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଏହି ଜଙ୍ଗଲରେ ଏକ ଅଠର ଟିକିଆ ହାତୀପଲ ବିଚରଣ କରୁଥିବାବେଳେ ଏହି ମାଈ ହାତୀଟି ଖୁଣ୍ଟରୁ ଖସିପଡିଥିବା ଏକ କରେଣ୍ଟ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ହାତୀର ମୃତ୍ୟୁ ଘଟିଥିଲା ।

ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମାଈ ହାତୀର ମୃତ୍ୟୁ

ହାତୀଟି ଗର୍ଭବତୀ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଜଙ୍ଗଲ ବିଭାଗ ଅଧିକାରୀ ପହଞ୍ଚି ହାତୀଟିକୁ ଜଗି ରହିଥିଲେ । ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିଛି ମାସ ମଧ୍ୟରେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଜଙ୍ଗଲରେ ୬ରୁ ଊର୍ଦ୍ଧ୍ବ ହାତୀ ଅପ୍ରାକୃତିକ ଭାବରେ ମରିଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.