ETV Bharat / state

ତ୍ରୁଟିପୂର୍ଣ୍ଣ ବାଇପାସ ନିର୍ମାଣ, OHRCଙ୍କ କେନ୍ଦୁଝର ଗସ୍ତ - Defective bypass construction

କେନ୍ଦୁଝର ଗସ୍ତ କଲେ OHRC । ତ୍ରୁଟିପୂର୍ଣ୍ଣ ବାଇପାସ ନିର୍ମାଣ କାର୍ଯ୍ୟ ନେଇ କଲେ ଆଲୋଚନା । ଅଧିକ ପଢନ୍ତୁ

ତ୍ରୁଟିପୂର୍ଣ୍ଣ ବାଇପାସ ନିର୍ମାଣ : ଓଏଚ୍ଆରସିଙ୍କ କେନ୍ଦୁଝର ଗସ୍ତ

author img

By

Published : Nov 25, 2021, 7:32 AM IST

କେନ୍ଦୁଝର: ଜିଲ୍ଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ଏନ୍‌ଏଚ୍ ୪୯ର ତଦନ୍ତ ନେଇ ଓଡ଼ିଶା ମାନବାଧିକାର କମିଶନ ( OHRC ) ଚିଠି ନମ୍ବର (୧୦୭୮୯ / ୧୬।୧୧।୨୦୨୧ ) ରେ ସୂଚିତ କରିଥିଲେ । କେନ୍ଦୁଝର ସିଟିଜେନ ଫୋରମ ପକ୍ଷରୁ କରାଯାଇଥିବା କେଶ ନମ୍ବର ୨୦୦୫ / ୨୦୧୯ର ଶୁଣାଣି କରି କମିଶନ ତଦନ୍ତ ଆଦେଶ କରିଥିଲେ । ଏହାର ତଦନ୍ତ କରିବାକୁ ଓଏଚ୍‌ଆରସିର ସଚିବ ସୁନିଲ କୁମାର ନାୟକ କେନ୍ଦୁଝର ଆସିଛନ୍ତି । ଅଭିଯୋଗକାରୀ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଆଞ୍ଚଳିକ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା ।

ତ୍ରୁଟିପୂର୍ଣ୍ଣ ବାଇପାସ ନିର୍ମାଣ : ଓଏଚ୍ଆରସିଙ୍କ କେନ୍ଦୁଝର ଗସ୍ତ

ସୂଚନା ଯୋଗ୍ୟ ଯେ, ଏନ୍‌ଏଚ୍ ୪୯ର ବେଲଦା ଠାରୁ ଜୁଡିଆ ପର୍ଯ୍ୟନ୍ତ ରାସ୍ତା କେନ୍ଦୁଝର ସହର ବାହାରେ ଯାଇଛି । ଯାହାକୁ ସ୍ଥାନୀୟ ଲୋକ ବାଇପାସ କହୁଛନ୍ତି । ତେବେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ସରକାରଙ୍କ ବ୍ୟାପକ ଅର୍ଥ ହାନି ହେବା ସହ ବିପଦସଙ୍କୁଳ ହୋଇପଡ଼ିଛି । ସ୍ଵଳ୍ପ ବ୍ୟବଧାନରେ ଏନ୍‌ଏଚ୍ ୪୯କୁ ତିନୋଟି ସ୍ଥାନରେ ଅହେତୁକ ଭାବେ ବକ୍ର ପଥରେ ନିର୍ମାଣ କରାଯାଇ ଏନ୍‌ଏଚ୍ ୨୦ରେ ମିଶିଛି । ମାଧପୁର ଠାରୁ ଧୂପଦା (ବାଲିଆଗୋଡା) ପର୍ଯ୍ୟନ୍ତ ଯାତାୟାତ ବିପଦପୂର୍ଣ୍ଣ ହୋଇପଡିଛି ।

ଏଣୁ ରାସ୍ତାରେ ଏନେଇ ସେ ସମୟରେ ସିଟିଜେନ ଫୋରମ ପକ୍ଷରୁ ସଭାପତି କିରଣ ଶଙ୍କର ସାହୁ ଓ ଅନ୍ୟମାନେ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ଦୁଇ ବର୍ଷ ପରେ କମିଶନ ଗତ ଅକ୍ଟୋବର ୨୪ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ । ବୁଧବାର କମିଶନଙ୍କ ସଦସ୍ୟ କେନ୍ଦୁଝର ଗ୍ରସ୍ତ କରି ପ୍ରଥମେ ଦରବାର ହଲ ଠାରେ ଅଭିଯୋଗକାରୀ, ଜିଲା ପ୍ରଶାସନ, ଏନଏଚଏଆଇ ସହ ଆଲୋଚନା କରିଥିଲେ । ଏଥିରେ ସିଟିଜେନ ଫୋରମ ପକ୍ଷରୁ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରାଯାଇଥିଲା । ପରେ କମିଶନ ସଚିବ ଉକ୍ତ ତ୍ରୁଟିପୂର୍ଣ୍ଣ ବାଇପାସ ଅଞ୍ଚଳ ଗ୍ରସ୍ତ କରି ପ୍ରତକ୍ଷ ତତ୍ତ୍ବବଧାନ କରିଥିଲେ । ଏହି ଗ୍ରସ୍ତ ସମୟରେ ବହୁ ସାଧାରଣ ନାଗରିକ ମଧ୍ୟ ଏହି ତ୍ରୁଟିପୂର୍ଣ୍ଣ ରାସ୍ତା ନେଇ ଅଭିଯୋଗ ଜଣେଇ ଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.