ETV Bharat / state

ଆଦିବାସୀ ମାନ୍ୟତା ଦାବି, କଳା ଦିବସ ପାଳନ କଲା ଓଡ଼ିଶା କୁଡୁମୀ ସେନା

author img

By ETV Bharat Odisha Team

Published : Sep 6, 2023, 5:47 PM IST

କୁଡୁମୀ ଜାତିକୁ ପୁନଃ ଆଦିବାସୀ ବର୍ଗରେ ସାମିଲ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା କୁଡୁମୀ ସେନା । ସେପ୍ଟେମ୍ବର ୬କୁ କଳା ଦିବସ ରୂପେ ପାଳନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

odisha kudumi sena demands for ST status
ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନାର ଆନ୍ଦୋଳନ

କେନ୍ଦୁଝର: ଆଦିବାସୀ ମାନ୍ୟତା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଓଡ଼ିଶା କୁଡୁମୀ ସେନା । କୁଡୁମୀ ଜାତି ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗ କରି କଳା ଦିବସ ଭାବେ ପାଳନ କରିଛି । ଏକ ବିରାଟ ପଟୁଆରରେ କୁଡ଼ୁମୀ ଜାତିର ଲୋକମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: କୁଡୁମୀ ସମ୍ପ୍ରଦାୟଙ୍କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ, କୁଶପୁତ୍ତଳିକା ଦାହ କରି ଇସ୍ତଫା ଦାବି

୧୯୫୦ ମସିହା ସେପ୍ଟେମ୍ବର ୬ ପୂର୍ବରୁ କୁଡ଼ୁମୀମାନେ ଆଦିବାସୀ ବର୍ଗରେ ଅନ୍ତର୍ଭୁକ୍ତ ଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଆଦିବାସୀ ମାନ୍ୟତାର ବାଦ ଦିଆଯାଇଛି । ଏଣୁ ପୁର୍ନବାର ଆଦିବାସୀ ମାନ୍ୟତା ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାରମ୍ପରିକ ନୃତ୍ୟ ଓ ମାଦଳ ବଜାଇ ନାଚ ଗୀତ ମାଧ୍ୟମରେ ଏହି ଆନ୍ଦୋଳନ କରିଥିଲା ଓଡ଼ିଶା କୁଡୁମୀ ସେନା । ଶତାଧିକ କୁଡୁମୀ ଜାତି ଲୋକେ ଏକାଠି ହୋଇ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଓଡ଼ିଶା କୁଡ଼ମୀ ସେନା କେନ୍ଦୁଝର ଜିଲ୍ଲା ମହିଳା ସଭାନେତ୍ରୀ ମଧୁସ୍ମିତା ମହାନ୍ତ ଅଭିଯୋଗ କହିଛନ୍ତି ଯେ, "ବିନା ନୋଟିଫିକେସନରେ କୁଡ଼ୁମୀମାନଙ୍କୁ ଆଦିବାସୀ ମାନ୍ୟତାରୁ ବାଦ ଦିଆଯାଇଛି । ସେହି ଦିନରୁ ଏହି ଆନ୍ଦୋଳନ ଚାଲି ଆସିଛି ।" ଯେପର୍ଯ୍ୟନ୍ତ ରାଜ୍ୟ ସରକାର କୁଡ଼ୁମୀ ଜାତିକୁ ଆଦିବାସୀ ତାଲିକାଭୁକ୍ତ ନକରିଛନ୍ତି ସେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: 6 ଘଣ୍ଟିଆ ମୟୁରଭଞ୍ଜ ବନ୍ଦ, କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି

କୁଡ଼ୁମୀ ଜାତିର ଭାଷା କୁଡ଼ୁମାଲିକୁ ଅଷ୍ଟମ ଅନୁଚ୍ଛେଦ ଅନୁଯାୟୀ ଜାତୀୟ ରାଜଭାଷାରେ ଅନ୍ତର୍ଭୁକ୍ତ କରିବା ସେନା ଦାବି କରିଛି । ରାଜ୍ୟରେ ବହୁ ସଂଖ୍ୟାରେ କୁଡ଼ୁମୀ ଭାଷାଭାଷୀ ଲୋକେ ଥିବାରୁ କୁଡ଼ୁମୀ ବିକାଶ ପରିଷଦ ଗଠନ କରିବା ପାଇଁ ସେନା ପକ୍ଷରୁ ଦାବି କରାଯାଇଛି । କୁଡ଼ୁମୀ ଜାତି ଗଣନା ପାଇଁ କେବଳ ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟ ସରକାର ଚିଠି ପ୍ରକାଶ କରିଛନ୍ତି । କେବଳ ମୟୂରଭଞ୍ଜ ଜିଲ୍ଲାରେ ଏହି ଚିଠି କରିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ସେନା । ଏନେଇ ଓଡ଼ିଶା କୁଡୁମୀ ସେନା ପକ୍ଷରୁରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.