ETV Bharat / state

ଛାତ୍ରଙ୍କୁ ଅଧ୍ୟକ୍ଷଙ୍କ ମାଡମରିବା ଘଟଣାରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ - ୨୦ ନଂ ଜାତୀୟ ରାଜପଥ ବନ୍ଦ

ଟିକିରା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଛାତ୍ରଙ୍କୁ ମାଡ଼ମରିବା ଘଟଣାରେ ଛାତ୍ରଛାତ୍ରୀ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି । ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି ।

oav-students-road-blocked-beaten-by-principal
ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର
author img

By

Published : Nov 29, 2019, 9:18 PM IST

କେନ୍ଦୁଝର: ଟିକିରା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଛାତ୍ରଙ୍କୁ ମାଡ଼ମରିବା ଘଟଣାରେ ଛାତ୍ରଛାତ୍ରୀ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି । କେନ୍ଦୁଝର ଜିଲ୍ଲା ଟିକିରା ଓଡିଶା ଆଦର୍ଶ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର
ଗୁରୁବାର ଲଙ୍ଗଳକଣ୍ଟି ଗ୍ରାମର ରଞ୍ଜନ କୁମାର ଜେନାଙ୍କ ପୁଅ ହରପ୍ରସାଦ ଜେନାକୁ ବିଦ୍ୟାଳୟର ଅଧ୍ୟକ୍ଷ ବିଦ୍ୟାଳୟରେ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ ଖାଇବା ପରେ ଛାତ୍ର ଜଣକ ଚାଲି ନପାରିବାରୁ ତାଙ୍କୁ ଜଣେ ଶିକ୍ଷକଙ୍କ ସ୍କୁଟିରେ ଛାତ୍ରଙ୍କୁ ଘର ଛାଡିଥିଲେ । ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିଥିବା ବେଳେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଠାରୁ ଢେଙ୍କିକୋଟ ପର୍ଯ୍ୟନ୍ତ ଏକ ପ୍ରତିବାଦ ରାଲିରେ ଆସି ୨୦ ନଂ ଜାତୀୟ ରାଜପଥ ବନ୍ଦ କରିଥିଲେ ।

ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ବଦଳି ଦାବିରେ ବହୁ ସମୟ ରାସ୍ତା ଅବରୋଧ କରିଥିଲେ । ପରେ ଘଟଗାଁ ପୋଲିସ ଓ ଜିଲ୍ଲା ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲାଗ- ଆଦର୍ଶ ବିଦ୍ୟାଳୟ ଅଧକ୍ଷ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ କରି ପ୍ରତିବାଦBody:ଆଙ୍କର- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଟିକିରା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ଲଙ୍ଗଳକଣ୍ଟି ଗ୍ରାମର ରଞ୍ଜନ କୁମାର ଜେନାଙ୍କ ନବମ ଶ୍ରେଣୀରେ ଅଧ୍ୟୟନରତ ପୁଅ ହରପ୍ରସାଦ ଜେନାକୁ ବିଦ୍ୟାଳୟର ଅଧ୍ୟକ୍ଷ ବିଦ୍ୟାଳୟ କାର୍ଯ୍ୟାଳୟ ଭିତରେ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ ଖାଇବା ପରେ ଛାତ୍ର ଜଣକ ଚାଲି ନପାରିବାରୁ ତାଙ୍କୁ ଜଣେ ଶିକ୍ଷକଙ୍କ ସ୍କୁଟିରେ ଛାତ୍ରଙ୍କ ଘର ଲଙ୍ଗଳକଣ୍ଟି ଗ୍ରାମର ଛାଡି ଯାଇଥିବା ଅଭିଯୋଗ ହୋଇଥିଲା। ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିଥିବା ବେଳେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଠାରୁ ଢେଙ୍କିକୋଟ ପର୍ଯ୍ୟନ୍ତ ଏକ ପ୍ରତିବାଦ ରାଲି କରି ଆସି ୨୦ ନଂ ଜାତୀୟ ରାଜପଥ ବନ୍ଦ କରିଥିଲେ । ଛାତ୍ରଛାତ୍ରୀ ମାନେ ଅଧକ୍ଷଙ୍କ ବଦଳି ଦାବି କରି ବହୁ ସମୟ ରାସ୍ତା ଅବରୋଧ କରିଥିଲେ। ଫଳରେ ବହୁ ସମୟ ରାସ୍ତାଜାମ ହୋଇଥିଲା । ଘଟଗାଁ ପୋଲିସ ଓ ଜିଲ୍ଲା ଶିକ୍ଷାଧିକାରୀ ପହଁଚି ବୁଝାସୁଝା କଲା ପରେ ଅବରୋଧ ହଟିଥିଲା ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.