ETV Bharat / state

କେନ୍ଦୁଝରରେ ଚାଞ୍ଚଲ୍ୟ, ଦୁର୍ଦ୍ଦାନ୍ତ ଅପରାଧୀ କାଣ୍ଡେ ମାଝୀକୁ ନୃସଂଶ ହତ୍ୟା

ଦୁର୍ଦ୍ଦାନ୍ତ ଅପରାଧୀ କାଣ୍ଡେ ଓରଫ୍ କାଳିଚରଣ ମାଝୀକୁ ନୃସଂଶ ହତ୍ୟା । ହତ୍ୟା ପରେ ସୁନା ନଦୀ କୁଳରେ ମାଟିଖୋଳି ପୋତି ଦେଇଥିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

author img

By

Published : May 18, 2021, 7:47 PM IST

ଯୋଡ଼ାରେ ଚାଞ୍ଚଲ୍ୟ , ଦୁର୍ଦ୍ଦାନ୍ତ ଅପରାଧୀ କାଣ୍ଡେ ମାଝୀକୁ ନୃସଂଶ ହତ୍ୟା

କେନ୍ଦୁଝର: ଦୁର୍ଦ୍ଦାନ୍ତ ଅପରାଧୀ କାଣ୍ଡେ ଓରଫ୍ କାଳିଚରଣ ମାଝୀକୁ ନୃସଂଶ ହତ୍ୟା । ସୋମବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । କାଣ୍ଡେର ଦୁଇ ହାତକୁ ଗାମୁଛାରେ ବାନ୍ଧି ଫାର୍ସାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯିବା ସହ ତା ଆଖିକୁ ତାଡ଼ି ଦିଆଯାଇଛି । ହତ୍ୟାକାଣ୍ଡ ଭିଆଇବା ପରେ ମୃତଦେହକୁ ପାଖରେ ଥିବା ସୁନା ନଦୀ କୁଳରେ ମାଟିଖୋଳି ପୋତି ଦେଇଥିଲେ ଦୁର୍ବୃତ୍ତ ।

ତେବେ ଏନେଇ ମଙ୍ଗଳବାର ଯୋଡ଼ା ପୋଲିସ ଅଭିଯୋଗ ପାଇବା ପରେ ତ୍ବରିତ ପଦକ୍ଷେପ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା । ମୃତ କାଣ୍ଡେ ମାଝୀର ଦୁଇ ଶାଳକ ମନୋହର ମାଝୀ ଓ ଦିଗାମ୍ବର ମାଝୀକୁ ଉଠାଇନେଇ ଛାନଭିନ ଆରମ୍ଭ କରିଥିଲା ଯୋଡ଼ା ପୋଲିସ । ପଚରା ଉଚରା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା । ଭିଣୋଇକୁ ହତ୍ୟା କରି ଏଫଏମ ପି କଲୋନୀ ନିକଟ ସୁନା ନଦୀ କୂଳରେ ପୋତି ଦେଇଥିବା ସ୍ବୀକାର କରିଥିଲେ ଅଭିଯୁକ୍ତ ଶାଳକ ଦ୍ବୟ । ଶାଳକଙ୍କୁ ନେଇ ପୋଲିସ ମୃତଦେହ ପୋତା ଯାଇଥିବା ସ୍ଥାନରେ ପହଁଞ୍ଚିଥିଲା । ମୃତଦେହକୁ ପୋତିଥିବା ସ୍ଥାନକୁ ଚିହ୍ନଟ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହକୁ ସନ୍ଧ୍ୟାରେ ଉଦ୍ଧାର କରାଯାଇଥଲା ।

ମୃତଦେହକୁ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଯୋଡ଼ା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ହତ୍ୟାରେ ବ୍ୟବହୃତ ଫାର୍ସାକୁ ଜବତ କରାଯାଇଛି । ତେବେ ପାରିବାରିକ ଗଣ୍ଡଗୋଳ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ କାଣ୍ଡେ ମାଝୀ ଯୋଡ଼ା ଆଜାଦ ବସ୍ତି ଅଂଚଳରେ ରହୁଥିଲା । ସ୍ତ୍ରୀ ସୁକୁମାରୀ ସହ କାଣ୍ଡେର ସମ୍ବନ୍ଧ ଭଲ ନଥିଲା । ସବୁବେଳେ ତିକ୍ତତା ଲାଗି ରହୁଥିଲା । ଯାହା ଫଳରେ ସ୍ତ୍ରୀ ସୁକୁମାରୀ ନିକଟରେ ଥିବା ବାପ ଘରେ ରହୁଥିଲେ । ତେବେ କାଣ୍ଡେ ସେଠାକୁ ମଧ୍ୟ ବାରମ୍ବାର ଯାଇ ଗଣ୍ଡଗୋଳ କରୁଥିଲା । ସୋମବାର ମଧ୍ୟ ଗଣ୍ଡଗୋଳ ହୋଇଥିଲା ଏବଂ ଶେଷରେ ଏଭଳି ହତ୍ୟାକାଣ୍ଡ ଘଟିଥିଲା । ଉଭୟ ଶାଳକଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରୁଛି ଯୋଡ଼ା ପୋଲିସ । ହତ୍ୟାକାଣ୍ଡ ପଛରେ କେବଳ ଏହି ଦୁଇ ଶାଳକଙ୍କ ହାତ ରହିଛି ନା ଆହୁରି କେତେଜଣ ଏଥିରେ ସାମିଲ ଅଛନ୍ତି ସେନେଇ ଖୋଲତାଡ଼ କରୁଛି ପୋଲିସ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.