ETV Bharat / state

ଫଳକରେ ସୀମିତ ରହିଛି ବିଶ୍ରାମାଗାର - ବିଶ୍ରାମାଗାର

ସରକାର ପ୍ରଧାନମନ୍ତ୍ରୀ ଆବାସ ପରି ରାସ୍ତା କଡରେ ଯାତ୍ରୀଙ୍କ ସୁବିଧାପାଇଁ ବିଶ୍ରାମାଗାରମାନ ନିର୍ମାଣ କରୁଛନ୍ତି । କିନ୍ତୁ ବିଶ୍ରାମାଗାର ସ୍ବପ୍ନ ପାଲିଟିଛି ଖଡ଼ିବାହଳ ଗ୍ରାମବାସୀଙ୍କ ପାଇଁ । ଅଧିକ ପଢନ୍ତୁ..

ଫଳକରେ ସୀମିତ ରହିଛି ବିଶ୍ରାମାଗାର
ଫଳକରେ ସୀମିତ ରହିଛି ବିଶ୍ରାମାଗାର
author img

By

Published : Sep 17, 2020, 10:30 PM IST

କେନ୍ଦୁଝର: ସରକାର ପ୍ରଧାନମନ୍ତ୍ରୀ ଆବାସ ପରି ରାସ୍ତା କଡରେ ଯାତ୍ରୀଙ୍କ ସୁବିଧା ପାଇଁ ବିଶ୍ରାମାଗାର ମାନ ନିର୍ମାଣ କରୁଛନ୍ତି । ଏହାର ଲକ୍ଷ ଥିଲା ଯାତ୍ରୀମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅପେକ୍ଷା କରିପାରିବେ । ଖରା ବର୍ଷା ଦାଉରୁ ନିଜକୁ ରକ୍ଷା କରିପାରିବେ ଯାତ୍ରୀ । କିନ୍ତୁ ଏହି ବିଶ୍ରାମାଗାର ସ୍ବପ୍ନ ପାଲିଟିଛି ଖଡ଼ିବାହଳ ଗ୍ରାମବାସୀଙ୍କ ପାଇଁ । ୨୦୧୭-୧୮ ଆର୍ଥିକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ଛକ ନିକଟରେ ଏକ ବିଶ୍ରାମାଗାର ନିର୍ମାଣ ପାଇଁ ଟଙ୍କା ବ୍ୟୟ ବରାଦ ହୋଇଥିଲା ।

ଫଳକରେ ସୀମିତ ରହିଛି ବିଶ୍ରାମାଗାର

ଉକ୍ତ ଛକ ନିକଟରେ ତିନି ଲକ୍ଷ ଟଙ୍କାର ବିଶ୍ରାମାଗାରରେ ଖର୍ଚ୍ଚ ହେବ ବୋଲି ଫଳକ ମଧ୍ୟ ନିର୍ମାଣ ହୋଇଥିଲା । କିନ୍ତୁ ଉକ୍ତ ସ୍ଥାନରେ ଆଜି ପର୍ଯ୍ୟନ୍ତ ବିଶ୍ରାମାଗାର ନିର୍ମାଣ ହୋଇପାରିନାହିଁ । ଫଳରେ ଉକ୍ତ ଛକ ଉପରେ ନିର୍ଭର କରୁଥିବା ଆଖପାଖ ଅଞ୍ଚଳର ଦଶରୁ ଊର୍ଦ୍ଧ୍ବ ପଞ୍ଚାୟତର ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ବିଶ୍ରାମାଗାରଟିକୁ ହରିଲୁଟ କରାଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବ୍ଲକ ଅଧକ୍ଷ । ଏନେଇ ବ୍ଲକ ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.